ରାଜଗାଙ୍ଗପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ ଚିଫ ସୌମ୍ୟଜିତ ସ୍ୱାଇଁ),୦୩/୧୦ : ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜନ୍ମ ଜୟନ୍ତୀ ଉପଲକ୍ଷେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଚଳିତ ବର୍ଷ ୨, ଅକ୍ଟୋବର ଠାରୁ ୨, ନଭେମ୍ବର ପର୍ଯ୍ୟନ୍ତ ସାରା ରାଜ୍ୟରେ “ଜନସଚେତନତା ଅଭିଯାନ” ଆରମ୍ଭ ହୋଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ କରୋନା ମହାମାରୀ ବିଷୟରେ ଲୋକମାନଙ୍କୁ ସଚେତନ କରାଇବା । ଏହି କ୍ରମରେ ରାଜଗାଙ୍ଗପୁର ଠାରେ ଏହି ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି ।
ଏହି ଜନସଚେତନତା ଅଭିଯାନର ପ୍ରଥମ ଦିନରେ ରାଜଗାଙ୍ଗପୁର ସହରର ୱାର୍ଡ ନମ୍ବର ୧, ଆମ୍ବେଦକର କଲୋନି ଠାରେ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇ ଜିଲ୍ଲା ବିଜୁ ଜନତା ଦଳର ଉପସଭାପତି ଶ୍ରୀଯୁକ୍ତ ମଙ୍ଗଳା କିଷାନ କୋଭିଡ ନିୟମକୁ ପାଳନ କରିବା ଓ ପ୍ଲାଜମା ଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ କହିଥିଲେ । ଏହି ଅବସରରେ ବିଜେଡି ରାଜଗାଙ୍ଗପୁର ଟାଉନର ପୁର୍ବତନ ସଭାପତି ଅମରେଶ ଚନ୍ଦ୍ର ପଣ୍ଡା, ପୂର୍ବତନ ପୋୖରାଧକ୍ଷା ସୁଶ୍ରୀତା ପାଇକରାୟ ଓ ଅନ୍ୟ ବିଜେଡି କର୍ମୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।