ଅଯୋଧ୍ୟା,୧୧।୨: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ତିଆରି କାମ ଆରମ୍ଭ ହୋଇଯାଇଛି। ସେଭଳି ଅନ୍ୟପଟେ ମଧ୍ୟ ଏହାର ନିର୍ମାଣ ପାଇଁ ଧନ ସଂଗ୍ରହ କରିବାର କାମ ଖୁବ୍ ଜୋରସୋର ଭାବରେ ଚାଲିଛି। ବର୍ତ୍ତମାନ ସମୟରେ ୧୫୦୦୦ ଟଙ୍କା ସଂଗ୍ରହ କରିବା କାମ କରୁଛନ୍ତି। ଏହି ଦଳ ଗୁଡିକ ଜରିଆରେ ଯେଉଁ ଧନ ସଂଗ୍ରହ କରାଯାଉଛି ତାକୁ ୩୭୦୦୦ ବ୍ୟକ୍ତି ବ୍ୟାଙ୍କରେ ଡିପୋଜିଟ୍ କହୁଛନ୍ତି।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ୍ତ ରାୟଙ୍କ ମତରେ ସଠିତ ଅନୁମାନ କରିବା କଷ୍ଟକର ଏପର୍ଯ୍ୟନ୍ତ ରାମ ମନ୍ଦିର ନିର୍ମାଣ ପାଇଁ କେତେ ଧନ ସଂଗ୍ରହ କରାଯାଇଛି, କିନ୍ତୁ ପ୍ରାୟ ୧୦୦୦ କୋଟି ଟଙ୍କାର ବ୍ୟାଙ୍କ ଆକାଉଣ୍ଟରେ ଆସୁଛି। ସେଭଳି ବହୁତ ଦାତାଙ୍କ ପକ୍ଷରୁ ଦାନ କରାଯାଇଥିବା ଧନରାଶି ଏପର୍ଯ୍ୟନ୍ତ ବ୍ୟାଙ୍କ ଆକାଉଣ୍ଟରେ ପହଁଞ୍ଚି ନାହିଁ, କାରଣ ଏଥିରେ ସମୟ ଲାଗୁଛି।