ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ ଟିକାକରଣ ୯.୮୦ କୋଟିକୁ ଟପିଛି। ଗତ ୨୪ ଘଣ୍ଟାରେ ଦେଶରେ ୩୪ ଲକ୍ଷରୁ ଅଧିକ ଟିକା ଦିଆଯାଇଛି। ତେବେ ଦେଶରେ ପ୍ରତିଦିନ ସର୍ବାଧିକ ଡୋଜ୍ ଟିକା ଦିଆଯାଉଛି।
ଆଜି ସୁଦ୍ଧା ୧୪,୭୫,୪୧୦ ସେସନରେ ମୋଟ ୯,୮୦,୭୫,୧୬୦ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୮୯,୮୮,୩୭୩ ଜଣ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ ପ୍ରଥମ ଡୋଜ୍, ୫୪,୭୯,୮୨୧ ଜଣ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ ଦ୍ୱିତୀୟ ଡୋଜ୍, ୯୮,୬୭,୩୩୦ ଆଗଧାଡିର କରୋନା ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍, ୪୬,୫୯,୦୩୫ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୩,୮୬,୫୩,୧୦୫ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୧୫,୯୦,୩୮୮ ଜଣଙ୍କୁ ଦ୍ୱିତୀୟ ଡୋଜ୍, ୪୫ରୁ ୬୦ ବର୍ଷ ବୟସର ୨,୮୨,୫୫,୦୪୪ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୫,୮୨,୦୬୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ।
ଦେଶରେ ହୋଇଥିବା ମୋଟ ଟିକାକରଣର ୬୦.୬୨% ଆଠଟି ରାଜ୍ୟରେ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।
ଗତକାଲି ଟିକାକରଣ ଅଭିଯାନର ୮୪ତମ ଦିବସରେ ୩୪,୧୫,୦୫୫ ଡୋଜ୍ ଟିକା ଦିଆଯାଇଛି। ଏଥରୁ ୪୬,୨୦୭ ସେସନରେ ୩୦,୦୬,୦୩୭ ଜଣଙ୍କୁ ପ୍ରଥମ ଡୋଜ୍ ଓ ୪,୦୯,୦୧୮ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।
ବିଶ୍ୱସ୍ତରରେ ଦୈନିକ ଟିକା ପ୍ରଦାନ କ୍ଷେତ୍ରରେ ଭାରତ ଦୈନିକ ହାରାହାରି ୩୮,୯୩,୨୮୮ ଡୋଜ୍ ଟିକା ଦେଇ ଅଗ୍ରଣୀ ସ୍ଥାନରେ ରହିଛି ।