![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଅନୁଗୁଳ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୭।୦୭ : ‘ଛେଣ୍ଡିପଦା ରାଣୀ’ ଗୀତ ଗାଇ ଅଡୁଆରେ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ହ୍ୟୁମାନ ସାଗରଙ୍କ ନାମରେ ଛେଣ୍ଡିପଦା ଥାନାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛି ଛେଣ୍ଡିପଦା ଯୁବ ମଞ୍ଚ। ଅଡୁଆକୁ ଟାଣି ହୋଇଛନ୍ତି ଗୀତ ଗାୟକ ହ୍ୟୁମାନ ସାଗର । ଛେଣ୍ଡିପଦା ରାଣୀ ଗୀତ ଗାଇ ଏଥର ଅଡୁଆରେ ପଡିଯାଇଛନ୍ତି ସିଙ୍ଗର ହ୍ୟୁମାନ ସାଗର। ଛେଣ୍ଡିପଦା ଯୁବ ମଞ୍ଚ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏଭଳି ଗୀତକୁ ନିନ୍ଦା କରିବା ସହ ଛେଣ୍ଡିପଦା ବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ଏହି ଗୀତରେ ଛେଣ୍ଡିପଦା ଝିଅଙ୍କୁ ଆକ୍ଷେପ କରି ଗାଇ ଥିବାରୁ, ଏହା ଏ ଅଞ୍ଚଳର ଝିଅ ମାନଙ୍କର ସ୍ବାଭିମାନ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହା ଅଶୋଭନୀୟ, ଜଣେ ଉଚ୍ଚକୋଟିର ଗାୟକ ହୋଇ ଏଭଳି ଗୀତ ଗାଇବା ଅଶୋଭନୀୟ।
![](https://i0.wp.com/kalingajyoti.com/wp-content/uploads/2020/07/2a8fd21c-3c7c-4546-9246-861b229e294e-1024x575.jpg?resize=1024%2C575)
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଝିଅ ନୁହେଁ ତୁ କରୋନା ଭାଇରସ ଗୀତ ରେ ସେ କ୍ଷମା ମଧ୍ୟ ମାଗିଥିଲେ। ତେବେ ଝିଅ ମାନଙ୍କ ପ୍ରତି ଏଭଳି ଗୀତ ଗାଇବା ଜଣେ ଉଚ୍ଚକୋଟିର ଗାୟକଙ୍କୁ ସବୁ ମହଲରୁ ନିନ୍ଦା କରାଯାଇଛି। ପୁଣି ଏବେ ଛେଣ୍ଡିପଦା ରାଣୀକୁ ନେଇ ବିବାଦ ଦେଖାଦେଇଛି । ତେଣୁ ସେ ଛେଣ୍ଡିପଦା ବାସୀଙ୍କୁ କ୍ଷମା ମାଗନ୍ତୁ। ଏଭଳି ଗୀତକୁ ୟୁ ଟ୍ୟୁବ ରୁ ଡିଲିଟ କରି ସମ୍ପୃକ୍ତ ପ୍ରଯୋଜକ ସଂସ୍ଥା କ୍ଷମା ମାଗନ୍ତୁ ବୋଲି କହିଛନ୍ତି। ନଚେତ ଆଗମୀ ଦିନରେ ଅନୁଗୁଳରେ କୋଣସି ଜାଗାରେ ତାଙ୍କର ସୋ କରାଇ ଦେବାକୁ ଦେବେ ନାହିଁ ଏବଂ ଅନୁଗୁଳରେ ତାଙ୍କୁ ପୁରାଇ ଦେବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଏହା ସହ ରାଜରାସ୍ତାକୁ ଛେଣ୍ଡିପଦା ବାସୀ ଓହ୍ଲାଇବେ ବୋଲି ମଧ୍ୟ କହିଛନ୍ତି। ଏ ସଂପର୍କରେ ତଦନ୍ତ ଚାଲିଛି ଏବଂ ହ୍ୟୁମନ ସାଗରଙ୍କୁ କାରଣ ଦର୍ଶଅ ନୋଟିସ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
![](https://kalingajyoti.com/wp-content/uploads/2020/07/06c9ac7e-3ca9-4297-aec9-385319689a2f.jpg)