ନୂଆଦିଲ୍ଲୀ,୧୪।୧୨: ବଲିଉଡ ଅଭିନେତା ଅନିଲ କୁମାର ଓ ଶ୍ରୀଦେବୀଙ୍କ ‘ମିଷ୍ଟର ଇଣ୍ଡିଆ’ ଫିଲ୍ମ ନିହାତି ଦେଖିଥିବେ। ଫିଲ୍ମରେ ଅନିଲ କପୁର କିଭଳି ଭାବରେ ଅଦୃଶ୍ୟ ହୋଇ ଶତ୍ରୁଙ୍କ ସହ ଲଢେଇ କରୁଥିଲେ। ଏବେ ଠିକ୍ ସେଭଳି ଚୀନ୍ ଅଦୃଶ୍ୟ ହୋଇ ଲଢେଇ କରିବେ ଭାରତୀୟ ସୈନିକ। ସୈନିକଙ୍କୁ ‘ଆର୍ଟିଫିସିଆଲ ସ୍କିନ୍’ ପିନ୍ଧିବାକୁ ଦିଆଯିବ, ଯାହାଫଳରେ ସେମାନଙ୍କୁ ଶତ୍ରୁପକ୍ଷ ଦେଖିପାରିବ ନାହିଁ। ପୂର୍ବ ଲଦାଖର ଏଲଏସି ନିକଟରେ ଚୀନ୍ ଓ ଭାରତ ଭିତରେ ପ୍ରାୟ ୮ ମାସ ଧରି ମୁହାଁମୁହିଁ ସ୍ଥିତି ଲାଗି ରହିଛି। ଚୀନ୍ ନିଜର ବିସ୍ତାରବାଦୀ ପ୍ରବୃତିକୁ ଛାଡିପାରିନି। ସବୁବେଳେ ଏଲଏସି ଅତିକ୍ରମଣ କରିବାର ଚେଷ୍ଟା କରୁଛି, କିନ୍ତୁ ଭାରତର ସାହାସୀ ସୈନିକ ନିକଟରେ ପଛଘୁଞ୍ଚା ଦେବାକୁ ବାଧ୍ୟ ହେଉଛି। ଏବେ ଚୀନ୍ ଟେକ୍ନୋଲୋଜି ଜରିଆରେ ନିଜର ସୈନିକଙ୍କୁ ଶକ୍ତିଶାଳୀ କରିବାର ଚେଷ୍ଟା ଚଳାଇଛି। ଭାରତ ମଧ୍ୟ ନିଜର ଡ୍ରାଗନର ସବୁ ଯୋଜନାକୁ ବିଫଳ କରିବାର ଚେଷ୍ଟାରେ ରହିଛି। ଭାରତ ଏବେ ନିଜର ସୈନିକଙ୍କୁ ଏଭଳି କପଡା ଦେବାକୁ ଯାଉଛି, ଯାହାକୁ ପିନ୍ଧିବା ପରେ ସେମାନେ କାହାକୁ ଦେଖାଯିବେନି ବା ଅଦୃଶ୍ୟ ହୋଇଯିବେ।
ଏହା କୌଣସି ବିଜ୍ଞାନ ଭିତ୍ତିକ କାଳ୍ପନିକ କାହାଣୀ ନୁହେଁ, ବଂର ସତରେ ହୋଇପାରେ। ଦକ୍ଷିଣ କୋରିଆ ମଧ୍ୟ ଏହି ଦିଗରେ କାମ କରିବା ଆରମ୍ଭ କରିଦେଇଛି। ନିକଟରେ ଏଭଳି cloaking skin ତିଆରି କରିଛି, ଯାହାକୁ ପିନ୍ଧିବା ପରେ ସୈନିକ କିମ୍ବା କେହିବି ନିଜର ଆଖପାଖର ବାତାବରଣରେ ଏଭଳି ମିଶିଯାଏ ଯେ, କାହାକୁ ଦେଖାଯାଇ ନଥାଏ। ଏହା କୌଣସି ସାଧାରଣ ସ୍କିନ୍ କିମ୍ବା କପଡା ନୁହେଁ, ବଂର ସମ୍ପୂର୍ଣ୍ଣ ଭାବରେ ଅତ୍ୟାଧୁନିକ। ଏହା ଥର୍ମାଲ-କନଟ୍ରୋଲ ହେବ ଓ କିଛି ଏଭଳି ଭାବରେ ପ୍ରସ୍ତୁତ କରାଯିବ ଯେ, ଥର୍ମାଲ ଇମେଜିଂ କ୍ୟାମେରାକୁ ମଧ୍ୟ ଦେଖିପାରିବ। ଏହା ଦ୍ବାରା ସୈନିକମାନେ ଶତ୍ରୁପକ୍ଷର ସୈନିକ ଏବଂ ତାଙ୍କର ଗତିବିଧି ଉପରେ ନଜର ରଖିପାରିବେ। ଏହା ଖୁବ୍ ଫ୍ଲେକ୍ସିଭିଜେବଲ ହେବ ଯେ, ସମସ୍ତଙ୍କୁ ଫିଟ୍ ଆସିବ। ବୈଜ୍ଞାନିକଙ୍କର ଏପରି ଗବେଷଣା ସମ୍ପର୍କିତ ଖବର ସେଠିକାର ଏକ ସାଇନ୍ସ ଜର୍ଣ୍ଣାଲ Advanced Functional Materialsରେ ପ୍ରକାଶ ପାଇଛି।
ଏଭଳି ଆର୍ଟିଫିସିଆଲ ସ୍କିନ୍ ପଛରେ ଏକ ସ୍ବତନ୍ତ୍ର ବିଜ୍ଞାନ କାମ କରିଥାଏ। ଏଥିରେ ପିକ୍ସେଲାଇଜଡ୍ ସ୍କ୍ରୀନ ରହିଥାଏ, ଯାହାକି ଥର୍ମୋକ୍ରୋମିକ୍ ଲିକ୍ବିଡ୍ କ୍ରିଷ୍ଟଲ(ଟିଏଲସି)ର ବ୍ୟବହାର କରିଥାଏ। ଟିଏଲସି ହେଉଛି ସେହି ତତ୍ତ୍ବ ରହିଛି, ଯାହାକି ସ୍ବତନ୍ତ୍ର ତାପମାତ୍ରାରେ ସ୍ବତନ୍ତ୍ର ରଙ୍ଗରେ ବଦଳିଯାଇଥାଏ। ପୂର୍ବରୁ ବୈଜ୍ଞାନିକମାନେ ଏହାର ଉପଯୋଗ ହିଟ୍ ଟ୍ରାନ୍ସଫରରେ କରୁଥିଲେ। ସୈନିକମାନେ ଏହାକୁ ପିନ୍ଧିବା ପରେ କେବଳ ମାତ୍ର ୫ ସେକେଣ୍ଡରେ ଆଖପାଖର ବାତାବରଣ ସହିତ ମିଶିଯିବେ। ଏହା ସହିତ ସ୍କିନକୁ ମଧ୍ୟ ଲୁଚାଇ ଦେଇଥାଏ। ଏହା ଏଭଳି ହେବ ଯେ, ଯଦି ବରଫ ଅଞ୍ଚଳରେ ସୈନିକମାନେ ଏହାକୁ ପିନ୍ଧନ୍ତି ତେବେ ତାହା ବରଫ ଭଳି ଦେଖାଯିବ ଓ ତାଙ୍କର ସ୍କିନ୍(ଚମଡା) କିମ୍ବା ଶରୀର କୌଣସି ଅଂଶ ଦେଖାଯିବନି। ଅନୁମାନ କରାଯାଉଛି ଯେ, ଖୁବ୍ ଶୀଘ୍ର ବହୁ ଦେଶର ସେନା ଏହାକୁ ନେଇପାରିବେ। ତେବେ ଏପର୍ଯ୍ୟନ୍ତ ଏଭଳି କୌଣସି ନିଶ୍ଚିତ ସୂଚନା ମିଳିନାହିଁ ଯେ, ଦକ୍ଷିଣ କୋରିଆ ଓ ଅନ୍ୟ ଦେଶ ଭିତରେ ଏହାକୁ ନେଇ କୌଣସି ଚୁକ୍ତି ହୋଇଛି କି ନାହିଁ। ୟୁରୋସିୟାନ ଟାଇମ୍ସରେ ଛପା ଯାଇଥିବା ରିପୋର୍ଟରେ ଭାରତୀୟ ସେନାର ଜଣେ ଅଧିକାରୀ କହିଛନ୍ତି, ବିଶ୍ବର ସବୁଠାରୁ ଉଚ୍ଚ ସ୍ଥାନରେ ଥିବା ଯୁଦ୍ଧସ୍ଥଳରେ ଏହା ଗେମଚେଞ୍ଜର ପ୍ରମାଣିତ ହେବ।