ଲଣ୍ଡନ / ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୦୧।୦୭ : ପେଟ୍ରୋଲ ରପ୍ତାନୀ କରୁଥିବା ୧୩ ସଦସ୍ୟ ବିଶିଷ୍ଟ ତୈଳ ଉତ୍ପାଦନକାରୀ ସଂଗଠନ(OPEC)ଜୁନ ମାସରେ ପ୍ରତିଦିନ ହାରାହାରି ୨୨.୬୨ ମିଲିୟନ ତୈଳ ଉତ୍ପାଦନ କରିଛନ୍ତି। ଏପ୍ରିଲ ମାସରେ ଓପେକ୍ ଓ ଏହାର ସହଯୋଗୀ କରୋନା ଭାଇରସ୍ ସଙ୍କଟ କାରଣରୁ ଚାହିଦାରେ ହ୍ରାସ ପାଇବା କାରଣରୁ ରେକର୍ଡ ଉତ୍ପାଦନ ହ୍ରାସ କରିବାକୁ ସହମତି ପ୍ରକାଶ କରିଥିଲେ। ଲକ୍ଡାଉନ୍ କାରଣରୁ ଏପ୍ରିଲ ମାସରେ ଅଶୋଧିତ ତୈଳ ଦର ୨୧ ବର୍ଷରେ ସର୍ବନିମ୍ନ ସ୍ତରକୁ ଖସି ଆସିଥିଲା। ବଜାର ଧିରେ ଧିରେ ଖୋଲିବା ପରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୪୦ ଡଲାରକୁ ପହଞ୍ଚି ପାରିଛି। ଲକ୍ଡାଉନ୍ ସମୟରେ ଏହା ୧୬ ଡଲାର ରହିଥିଲା। ଓଏଲ ବ୍ରୋକର ପିଭିଏମର ତମସା ବରଗା କହିଛନ୍ତି, ତୈଳ ଚାହିଦା ବର୍ଷର ଶେଷ ଆଡକୁ ବଢିବାର ଆଶା ରହିଛି। ଏବେ ତୈଳ ଉତ୍ପାଦନରେ କଟକଣା ଲାଗୁ କରିବାକୁ ଓପେକ୍ ସଦସ୍ୟ ସହମତି ପ୍ରକାଶ କରିଛନ୍ତି। ଓପକେ, ରୁଷ ଓ ଅନ୍ୟ ଉତ୍ପାଦକ ଦେଶ ବୈଶ୍ଵିକ ସ୍ତରରେ ଉତ୍ପାଦନ ୧୦ ପ୍ରତିଶତ ହ୍ରାସ କରିବାକୁ ସହମତି ପ୍ରକାଶ କରିଛନ୍ତି ।
ଇରାକ ଦକ୍ଷିଣ ଓ ଉତ୍ତର କୋରିଆକୁ ରପ୍ତାନୀ ହ୍ରାସ କରିଛି। ନାଇଜେରିଆ ମଧ୍ୟ ଉକ୍ତ ପନ୍ଥା ଆପଣେଇଛି। ଇରାନ ଓ ଲିବ୍ୟାରେ ଯୋଗାଣ ଜୁନ ମାସରେ ସ୍ଥିର ରହିଛି। ଭେନେଜୁଏଲାର ଉତ୍ପାଦନ ଆହୁରି ତଳକୁ ଖସିଛି। ଜୁନ୍ ମାସରେ ଉତ୍ପାଦନ ୨୦୦୦ ପରଠୁ ସବୁଠୁ ନିମ୍ନ ସ୍ତରରେ ରହିବାକୁ ଯାଉଛି। ରପ୍ତାନୀ ରେକର୍ଡ କମିବାରୁ ସାଉଦି ଆରବ ଏବଂ ଓପେକ୍ ଦେଶ ଉତ୍ପାଦନ ହ୍ରାସ କରିବାକୁ ରାଜି ହୋଇଥିଲେ। ଏପରିକି କୁଏତ ଅତିରିକ୍ତ ତୈଳ ଉତ୍ପାଦନ ହ୍ରାସ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛି। କାରଣ ଅନ୍ତରାଷ୍ଟ୍ରୀୟ ବଜାରରେ ଯେତେବେଳେ ଅଶୋଧିତ ଦର ଶୂନ୍ୟକୁ ଖସି ଆସିଥିଲା କିମ୍ବା ବ୍ୟାରେଲ୍ ପିଛା ତୈଳ ଦର ୧୬ ଡଲାରରୁ ବି କମ ଥିଲା ସେତିକି ବେଳେ ମଧ୍ୟ ଭାରତରେ ତୈଳ ଦର ହ୍ରାସ କରାଯାଇନଥିଲା। ଏବେ ତ ଓଲଟା ଦେଶର ତୈଳ ଦର ୨୦ ଦିନ ହେବ ବଢି ଚାଲିଛି। ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ହ୍ରାସ ହେଲେ ଭାରତରେ ତୈଳ ଦର କମେ ବୋଲି ସଭିଙ୍କ ବିଶ୍ଵାସ ଥାଏ। ମାତ୍ର ଏଥର ଲକ୍ଡାଉନ୍ ସମୟରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯେତେ ହ୍ରାସ ପାଇଲେ ମଧ୍ୟ ଦେଶରେ ତୈଳ ଦର କମିବା ପରିବର୍ତ୍ତେ ବଢିବାରେ ଲାଗିଛି।
ଏବେ ପୁଣି ଓପେକ୍ ଦେଶ ତୈଳ ଉତ୍ପାଦନ ହ୍ରାସ କରିବାକୁ ଯାଉଛନ୍ତି। ଫଳରେ ଅନ୍ତରାଷ୍ଟ୍ରୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଘଟିବ। ଏହାର ସିଧାସଳଖ ପ୍ରଭାବ ଭାରତୀୟ ବଜାରରେ ପଡିବାର ସମ୍ଭାବନା ରହିଛି। କରୋନା କାରଣରୁ ଅନ୍ତରାଷ୍ଟ୍ରୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ଘଟିଛି। ଚାହିଦା କମିବାରୁ ଏବେ ତୈଳ ଉତ୍ପାଦକ ଦେଶ ତୈଳ ଉତ୍ପାଦ ହ୍ରାସ କରିଛନ୍ତି। କାରଣ ଏବେ ଯେତିକି ଷ୍ଟକ ଅଛି ତାହା ଆଉ କିଛି ମାସ ଅନ୍ୟ ଦେଶକୁ ସେମାନେ ଆମଦାନୀ କରି ପାରିବେ। ଜୁନ ମାସରେ ସାଉଦି ଆରବ ଏବଂ ଗଲ୍ଫ ଆରବ ସଦସ୍ୟମାନେ ଅଧିକ କଟକଣା କରିଥିବାରୁ OPEC ତୈଳ ଉତ୍ପାଦନ ଦୁଇ ଦଶନ୍ଧିରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହାର ପ୍ରଭାବ ଭାରତୀୟ ବଜାରରେ ପଡିବା ନିଶ୍ଚିତ ଲାଗୁଛି। ରାଇଟର୍ସ ପକ୍ଷରୁ ହୋଇଥିବା ସର୍ଭେରୁ ଏହା ଜଣା ପଡିଛି।