![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/fgh.jpg?resize=275%2C183)
କଳିଙ୍ଗ ଜ୍ୟୋତି ବ୍ୟୁରୋ ମୁମ୍ବାଇ୨୭/୦୬ : ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ସେବଠାରୁ ତାଙ୍କ ବିଷୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ୟା ମଧ୍ୟରେ ତାଙ୍କ ଇନ୍ଷ୍ଟାଗ୍ରାମ ଫଲୋଅର ସଂଖ୍ୟା ବହୁତ ବଢ଼ିଯାଇଛି। ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କ ଇନ୍ଷ୍ଟାଗ୍ରାମ ଫଲୋଅର ସଂଖ୍ୟା ପାଖାପାଖି ୯୦ ଲକ୍ଷ ଥିଲା। କିନ୍ତୁ ଏବେ ଏହି ସଂଖ୍ୟା ୧ କୋଟି ୩୯ ଲକ୍ଷରେ ପହଞ୍ଚି ଯାଇଛି। ଅର୍ଥାତ୍ ତାଙ୍କ ଅବର୍ତ୍ତମାନରେ ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ଫଲୋଅରଙ୍କ ସଂଖ୍ୟା ପାଖାପାଖି ୫୦ ଲକ୍ଷ ବୃଦ୍ଧି ପାଇଛି। ପ୍ରତିଦିନ ତାଙ୍କ ଫଲୋଅର ସଂଖ୍ୟା ବଢ଼ୁଛି।ସୂଚନାଯୋଗ୍ୟ, ସୁଶାନ୍ତ ଇନ୍ଷ୍ଟାଗ୍ରାମ୍ରେ ତାଙ୍କ ଦିବଂଗତ ମା’ଙ୍କ ଉଦ୍ଦେଶ୍ୟରେ ଶେଷ ପୋଷ୍ଟ କରିଥିଲେ। ଏହାକୁ ସେ ଜୁନ୍ ୩ ତାରିଖରେ ଶେଆର୍ କରିଥିଲେ। ତାଙ୍କ ମୃତ୍ୟୁ ପରେ ବଲିଉଡ୍ରେ ନେପୋଟିଜମ୍କୁ ନେଇ ଜୋର ଚର୍ଚ୍ଚା ଚାଲିଛି। ଏମିତିକି ଅନେକ ସେଲେବ୍ରିଟି ମଧ୍ୟ ଏନେଇ ଖୋଲାଖୋଲି ମତ ଦେଇଛନ୍ତି ଓ ଅନ୍ୟମାନଙ୍କ ଉପରକୁ ସିଧାସଳଖ ଆଙ୍ଗୁଳି ଉଠାଇଛନ୍ତି। ଏହି ନେପୋଟିଜମ୍ ହେତୁ ସୁଶାନ୍ତ ଆତ୍ମହତ୍ୟା କରିଥିବା କୁହାଯାଉଛି।