କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଲକ୍ଷ୍ନୌ ୩୦/୦୭ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଛି। ଆସନ୍ତା ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରାଯିବ। ତେବେ ଏସବୁ ଭିତରେ ଆଯୋଧ୍ୟାରେ ମସଜିଦ୍ ନିର୍ମାଣ ପାଇଁ ଆଜି ସୁନ୍ନି ୱାକଫ ବୋର୍ଡ ପକ୍ଷରୁ ଟ୍ରଷ୍ଟ ଗଠନ ହୋଇଛି।
ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅଯୋଧ୍ୟାରେ ସୁନ୍ନି ୱାକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ଯୋଗାଇ ଦେଇଥିଲେ। ଉକ୍ତ ଜମିରେ ମସଜିଦ ନିର୍ମାଣ କେମିତି ହେବ ଓ ଏହାର ଢାଞ୍ଚା କେମିତି ହେବ, ସେଥିପାଇଁ ବୋର୍ଡ ପକ୍ଷରୁ ଏକ ଟ୍ରଷ୍ଟ ଗଠନ କରାଯାଇଛି। ଏହାର ନାଁ ଇଣ୍ଡୋ-ଇସଲାମିକ କଲଚରାଲ ଫାଉଣ୍ଡେସନ ରହିଛି। ଏଥିରେ ୧୫ ଜଣ ସଦସ୍ୟ ରହିଛନ୍ତି।
ଅଯୋଧ୍ୟାର ଧାନ୍ନିପୁର ଗାଁରେ ସୁନ୍ନି ୱାକଫ ବୋର୍ଡକୁ ମିଳିଥିବା ଜମିରେ ହିଁ ମସଜିଦ ନିର୍ମାଣ କରାଯିବ। ଉତ୍ତର ପ୍ରଦେଶ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡ ଟ୍ରଷ୍ଟର ଫାଉଣ୍ଡର ଟ୍ରଷ୍ଟି ଭାବେ କାର୍ଯ୍ୟ କରିବ।
ବାବ୍ରୀ ମସଜିଦ ଯେତିକି ଉଚ୍ଚ ଓ ଯେମିତି ଦେଖାଯାଉଥିଲା ୫ ଏକର ଜମିରେ ସମାନ ଢାଞ୍ଚାରେ ମସଜିଦ ନିର୍ମାଣ କରାଯିବ। ଏଠାରେ ଲୋକଙ୍କୁ ମେଡିକାଲ ଓ ସ୍ୱାସ୍ଥ୍ୟଗତ ସୁବିଧା ଯୋଗାଇ ଦିଆଯିବ। କମ୍ୟୁନିଟି କିଚିନ, ଇଣ୍ଡୋ-ଇସଲାମିକ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଗବେଷଣା କେନ୍ଦ୍ର, ସଂଗ୍ରାହଳୟ, ଲାଇବ୍ରେରୀ ଓ ପବ୍ଲିଶିଂ ହାଉସ ତିଆରି ହେବ।
କରୋନା ଭାଇରସର ଆତଙ୍କ ଶେଷ ହେବା ପରେ ହିଁ ମସଜିଦ କାମ ଆରମ୍ଭ ହେବ। କାରଣ ବର୍ତ୍ତମାନ କରୋନା ବିରୋଧରେ ଲଢ଼େଇ କରିବା ଏବେ ଦେଶର ପ୍ରାଥମିକତା।
ଆସନ୍ତା ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଅନୁଷ୍ଠିତ ହେଉଥିବାବେଳେ ସୁନ୍ନି ଓ୍ଵାକଫ ବୋର୍ଡ ପକ୍ଷରୁ ମସଜିଦ ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରାଯାଇଛି । ଏହି ଟ୍ରଷ୍ଟର ନାମ ରଖାଯାଇଛି ଇଣ୍ଡୋ-ଇସ୍ଲାମିକ ସାଂସ୍କୃତିକ ଫାଉଣ୍ଡେସନ ବୋଲି ବୋର୍ଡର ସଭାପତି ଜୁଫାର ଅହମଦ ଫାରୁକି ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଅଯୋଧ୍ୟାର ଧନିପୁର ଗ୍ରାମରେ ମସଜିଦ ନିର୍ମାଣ ପାଇଁ ରାଜ୍ୟ ସରକାର ଓ୍ଵାକଫ ବୋର୍ଡକୁ ୫ ଏକର ଜମି ପ୍ରଦାନ କରିଛନ୍ତି । ଏହି ଜମିରେ ମସଜିଦ ନିର୍ମାଣ ହେବ ।
ଏହି ଫାଉଣ୍ଡେସନ ପକ୍ଷରୁ ୫ ଏକର ଜମିରେ ଏକ ମସଜିଦ, ଏକ ଲାଇବ୍ରେରୀ ଓ ଏକ ହସପିଟାଲ ନିର୍ମାଣ କରାଯିବ । ଗତ ୨୦୧୯ ନଭେମ୍ବର ୯ ତାରିଖରେ ସୁପ୍ରିମକୋର୍ଟର ଏକ ୫ ଜଣିଆ ବେଞ୍ଚ ଅଯୋଧ୍ୟା ଜମିବିବାଦ ମାମଲାର ରାୟ ଶୁଣାଇଥିଲେ। ଏହି ରାୟରେ ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ମୁସଲିମ ପକ୍ଷଙ୍କୁ ଅନ୍ୟ ଏକ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ରାୟ ବିରୁଦ୍ଧରେ ପ୍ରାୟ ୪୮ଟି ପୁନର୍ବିଚାର ମାମଲା ଦାଏର ହୋଇଥିଲା । ଅଲ-ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ଗୋଟିଏ ମାମଲା ଦାଏର ହୋଇଥିବାବେଳେ ହିନ୍ଦୁ ମହାସଭା ପକ୍ଷରୁ ଆଉ ଏକ ପୁନର୍ବିଚାର ମାମଲା ଦାଏର କରାଯାଇଥିଲା । ୪୦ ଜଣ ସମାଜସେବୀ ମଧ୍ୟ ପୁନର୍ବିଚାର ମାମଲା ଦାଏର କରିଥିଲେ ।
ଶ୍ରୀରାମ ମନ୍ଦିର ନିର୍ମାଣ ଲାଗି ଅଯୋଧ୍ୟାରେ ରାମମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟର ପ୍ରସ୍ତୁତି ଏବେ ଚରମ ପର୍ୟ୍ୟାୟରେ ପହଞ୍ଚିଛି। ସେପଟେ ମସଜିଦ୍ ନିର୍ମାଣ ଲାଗି ସୁନ୍ନି ୱାକଅଫ ବୋର୍ଡ ବୁଧବାର ଟ୍ରଷ୍ଟ ଗଠନ କରିଥିବା ଜଣାପଡିଛି। ଏହି ମସଜିଦ ଅଯୋଧ୍ୟା ରୌନାହୀରେ ନିର୍ମିତ ହେବ ବୋଲି ବୋର୍ଡ କହିଥିବା ବେଳେ ଏଥିଲାଗି ୯ ଜଣ ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି।
ୱାକଅଫ ବୋର୍ଡ ଅଧ୍ୟକ୍ଷ ଜୁଫର ଅହମ୍ମଦ ଫାରୁକୀ ଏ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏଥିଲାଗି ଆବଣ୍ଟିତ କରାଯାଇଥିବା ୫ ଏକର ଭୂମିରେ ମସଜିଦ୍ ସମେତ ରିସର୍ଚ୍ଚ ସେଣ୍ଟର, ଲାଇବ୍ରେରୀ ଓ ଏକ ହସ୍ପିଟାଲର ନିର୍ମାଣ ହେବ। ଏଥିଲାଗି ‘ଇଣ୍ଡୋ ଇସ୍ଲାମିକ ଫାଉଣ୍ଡେସନ’ ନାମରେ ଏକ ଟ୍ରଷ୍ଟ ଗଠନ କରାଯାଇଛି।
ମସଜିଦ୍ ନିର୍ମାଣ ଲାଗି ଟ୍ରଷ୍ଟରେ ମୋଟ ୯ ଜଣଙ୍କୁ ସଦସ୍ୟ ରଖାଯାଇଛି। ଏଥିରେ ନିଜେ ଫାରୁକୀ ଟ୍ରଷ୍ଟର ସଂସ୍ଥାପକ ଟ୍ରଷ୍ଟି ଥିବା ବେଳେ ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଗତବର୍ଷ ସୁପ୍ରିମକୋର୍ଟ ରାମଜନ୍ମଭୂମି ବାବ୍ରୀ ମସଜିଦ୍ ବିବାଦରେ ଐତିହାସିକ ରାୟ ଦେଇଥିଲେ। ୯ ନଭେମ୍ବର ୨୦୧୯ରେ ସୁପ୍ରିମକୋର୍ଟ ଦେଇଥିବା ଏହି ରାୟରେ ବିବାଦୀୟ ସ୍ଥଳରେ ଶ୍ରୀରାମ ମନ୍ଦିର ନିର୍ମାଣ ଲାଗି ନିର୍ଦ୍ଦେଶ ଦେଇଥିବା ବେଳେ ଅଯୋଧ୍ୟାରେ ମସଜିଦ ଲାଗି ୫ ଏକର ଭୂମି ପ୍ରଦାନ ନିମନ୍ତେ ସରକାରଙ୍କୁ ଆଦେସ ଦେଇଥିଲେ।