![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୧/୦୭ : ପୂର୍ବତନ ପ୍ରଶାସନିକ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ଦେହାନ୍ତ ହୋଇଯାଇଛି । ଆଜି ସକାଳ 7ଟା 30 ମିନିଟ୍ରେ ପ୍ରିୟବ୍ରତଙ୍କ ପରଲୋକ ହୋଇଥିବାର ସୂଚନା ରହିଛି ।
କିଛିଦିନ ଧରି ଲିଭର କ୍ୟାନସରରେ ପୀଡିତ ହୋଇ ମୁମ୍ବଇରେ ଚିକିତ୍ସାଧୀନ ଥିଲେ ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକ । ପ୍ରିୟବ୍ରତ ପଟ୍ଟନାୟଙ୍କ ମୃତ୍ୟୁ ସମ୍ପର୍କରେ ତାଙ୍କର ସମ୍ପର୍କୀୟ ଭାଇ ସିଦ୍ଧାର୍ଥ ମହାନ୍ତି ସୂଚନା ଦେଇଛନ୍ତି । ୧୯୭୬ବ୍ୟାଚ୍ର ଆଇଏସ୍ ଅଫିସର ତାଙ୍କର କ୍ୟାରିୟର ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଦକ୍ଷତାର ସହିତ ସମ୍ଭାଳିଥିଲେ । ଓଡ଼ିଶା ଜୁଡୋ ଆଶୋସେସନର ସେ ସଭାପତି ମଧ୍ୟ ରହିଥିଲେ ।
ତା’ଛଡ଼ା ପ୍ରିୟବ୍ରତ ପଟ୍ଟନାୟକଙ୍କ କାହାଣୀକୁ ନେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ବ୍ୟାନରରେ ପ୍ରଖ୍ୟାତ ନିର୍ମାତା ଅମୀୟ ପଟ୍ଟନାୟକ ଓ ଲୋକପ୍ରିୟ ନିର୍ଦେଶକ ରାଜୁ ମିଶ୍ର ‘ଚକା ଆଖି ସବୁ ଦେଖୁଛି’ ଭଳି ସୁପରହିଟ୍ ଫିଲ୍ମ ନିର୍ମାଣ କରିଥିଲେ। ଏଥିପାଇଁ ସେ ସମୟରେ ପ୍ରିୟବ୍ରତ ପଟ୍ଟନାୟକ ଖୁବ୍ ଚର୍ଚ୍ଚିତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ ପରେ ତାଙ୍କ ମରଶରୀରରକୁ ମୁମ୍ବଇରୁ ଓଡ଼ିଶା ଆଣିବାକୁ ପ୍ରୟାସ ଜାରି ରହିଛି ।