![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଗଞ୍ଜାମ ୨୧/୦୭ : ଆଜିଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି। ଏହି ଚିକିତ୍ସା ପଦ୍ଧତି ବେଶ୍ ଫଳପ୍ରଦ ହୋଇଥିବାରୁ ଗଂଜାମରେ ମଧ୍ୟ ଏହାକୁ ପ୍ରୟୋଗ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ରାଜ୍ୟରେ ପ୍ଲାଜମା ଥେରାପିରେ ସଫଳତା ମିଳିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/ty45yt54y653.jpg?resize=439%2C247&ssl=1)
ଯେଉଁ ଆକ୍ରାନ୍ତଙ୍କ ପ୍ଲାଜମା ଥେରାପି କରାଯାଇଥିଲା, ସେମାନେ ପ୍ରାୟତଃ ସୁସ୍ଥ ହୋଇଛନ୍ତି। ତେଣୁ ରାଜ୍ୟର କରୋନା ହଟସ୍ପଟ୍ ଗଂଜାମ ଜିଲ୍ଲାରେ ବି ଏହି ଚିକିତ୍ସା ପଦ୍ଧତି ଆପଣେଇବାକୁ ନିଷ୍ପତ୍ତି ନିଆଯାଇଛି। ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲରେ ପ୍ରଥମେ ପ୍ରୟୋଗ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
![](https://kalingajyoti.com/wp-content/uploads/2020/07/RETRETRWT.jpg)
ଏହା ସହିତ ବ୍ରହ୍ମପୁର ଅମିତ ହସ୍ପିଟାଲରେ ୧୬ ICU ବେଡ୍ ସହ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ହେବ। କଟକ ଅଶ୍ୱିନୀ ହସ୍ପିଟାଲ ଏହାକୁ ପରିଚାଳନା କରିବ।
ଗଞ୍ଜାମରେ କୋଭିଡ୍ ମୁକାବିଲାକୁ ଆହୁରି ସୁଦୃଢ଼ କରିବା ପାଇଁ ୨ ଜଣ IAS ଅଫିସର, ୨୫ OAS ଅଫିସର, ୧୦୫ ଜଣ ORS ଅଫିସର୍, ୩୦ ଜଣ MBBS ଡାକ୍ତର, ୧୦୦ ଆୟୁଷ ଡାକ୍ତର ଓ ୨୭ ଲାବୋରେଟୋରୀ ଟେକ୍ନିସିଆନ୍ ନିୟୋଜିତ କରାଯାଇଛି। ୩ଜଣ ଡିଏସପିଙ୍କ ସମେତ ବିଭିନ୍ନ ପାହ୍ୟାର ଅଫିସର୍ ଓ ୧୦ ପ୍ଲାଟୁନ ପୋଲିସ ପଠାଇବାକୁ ନିଷ୍ପତ୍ତି ହୋଇଛି।