![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱର କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୨-୦୯-୨୦ : କରୋନା କଟକଣା ଭିତରେ ଆଜିଠୁ ଆରମ୍ଭ ହେଉଛି ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଯୁକ୍ତ ତିନି ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା। କିଛି ଶିକ୍ଷାନୁଷ୍ଠାନ ଅନଲାଇନ୍ ଯୋଗେ ପରୀକ୍ଷା କରୁଥିବା ବେଳେ କିଛି ଅଫ୍ ଲାଇନ୍ ଯୋଗେ ପରୀକ୍ଷା କରୁଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ପରୀକ୍ଷା ପରିଚାଳନା କରିବେ ।
![](https://i0.wp.com/kalingajyoti.com/wp-content/uploads/2020/09/Final_Year_University_Exams_2020.jpg?resize=509%2C382&ssl=1)
ସେହିପରି ଉଭୟ ଅନ୍ ଲାଇନ୍ ଓ ଅଫ୍ ଲାଇନ୍ ଯୋଗେ ପରୀକ୍ଷା କରିବାକୁ ମଧ୍ୟ କିଛି ଶିକ୍ଷାନୁଷ୍ଠାନ ନିଷ୍ପତ୍ତି ନେଇଛନ୍ତି । କରୋନା କଟକଣା ଭିତରେ ପରୀକ୍ଷା କରାଯିବ। ଅକ୍ଟୋବର ୧୦ ସୁଦ୍ଧା ଏ ସବୁ ପରୀକ୍ଷା ଶେଷ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ଘୋଷଣା କରିଛି । ପୂର୍ବରୁ ରାଜ୍ୟ ସରକାର କରୋନା ପାଇଁ ଶେଷ ସେମିଷ୍ଟର ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନେଇଥିଲେ ।