କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭: ଚୀନର ହୀନ ଉଦ୍ଦେଶ୍ୟକୁ ଜବାବ ଦେବା ପାଇଁ ଭାରତ ସରକାର କେବଳ ୫୯ ଚୀନୀ ଆପ୍ସକୁ ନିଷିଦ୍ଧ କରି ନାହାନ୍ତି ବରଂ ଏହି ମାମଲାରେ ଭାରତକୁ ଆତ୍ମ ନିର୍ଭର କରିବାକୁ ଯୋଜନା ମଧ୍ୟ କରାଯାଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ଟ୍ଵିଟ୍ କରି କହିଛନ୍ତି, ସେ ଆତ୍ମ ନିର୍ଭର ଭାରତ ଆପ୍ ଇନୋଭେସନ ଚ୍ୟାଲେଞ୍ଜ ଲଞ୍ଚ କରିବାକୁ ଯାଉଛନ୍ତି। ମୋଦୀ ଲେଖିଛନ୍ତି, ଆଜି ମେଡ୍ ଇନ ଇଣ୍ଡିଆ ଆପ୍ସ ତିଆରି ପାଇଁ ପ୍ରଯୁକ୍ତିବିଦ୍ୟା ଓ ଷ୍ଟାର୍ଟଅପ୍ ସମୁଦାୟ ମଧ୍ୟରେ ଅପାର ଉତ୍ସାହ ରହିଛି। ଏଥିପାଇଁ @GoI_MeitY और @AIMtoInnovate ମିଶି ଇନୋଭେସନ ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଯଦି ଆପଣଙ୍କ ପାଖରେ ଏମିତି କିଛି ପ୍ରଡକ୍ଟ ରହିଛି କିମ୍ବା ଆପଣଙ୍କୁ ଲାଗୁଛି ଯେ, କିଛି ଭଲ କରିବାର ଦୃଷ୍ଟିକୋଣ ଓ କ୍ଷମତା ରହିଛି ତେବେ ଟେକ୍ କମ୍ୟୁନିଟି ସହିତ ଜଡିତ ହୋଇ ଯାଆନ୍ତୁ। ପ୍ରଧାନମନ୍ତ୍ରୀ ମୋଦୀ ଲିଙ୍କ୍ଡଇନ୍ରେ ନିଜର ବିଚାର ରଖିଛନ୍ତି।