![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/yyywtyrtuj.jpg?resize=535%2C304)
କଳିଙ୍ଗ ଜ୍ୟୋତି ବ୍ୟୁରୋ ପୁରୀ ୩୦/୦୬: ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡାଯାତ୍ରା । ଜନ୍ନବେଦୀରୁ ରତ୍ନବେଦୀକୁ ବାହୁଡିବେ ଶ୍ରୀଜିଉ। ଏଥିପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଆସନ୍ତାକାଲି ଭୋର ୪ଟାରେ ଶ୍ରୀଜିଉଙ୍କର ମଙ୍ଗଳ ଆଳତି ହେବ । ଏହାପରେ ୪ଟା ୧୫ରେ ମଇଲମ, ୪ଟା ୩୦ରେ ତଡ଼ପ ଲାଗି ଓ ରୋଷ ହୋମ ନୀତି ଅନୁଷ୍ଠିତ ହେବ । ଭୋର ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟ ପୂଜା ଏବଂ ୫ଟା ୩୦ରେ ଦ୍ୱାରପାଳ ପୂଜା ସହ ବେଶ ସମାପନ ହେବ ।
![](https://kalingajyoti.com/wp-content/uploads/2020/06/dgmfdjmfgj.jpg)
ସକାଳ ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ବା ଖେଚୁଡ଼ି ଭୋଗ ଲାଗି ହେବ । ତା ପରେ ସେନାପଟା ଲାଗି ସକାଳ ୭ରୁ ୭ଟା ୩୦ ମଧ୍ୟରେ କରାଯିବ । ୭ଟା ୪୫ରେ ମଙ୍ଗଳାର୍ପଣ ପରେ ୮ଟାରୁ ଆରମ୍ଭ ହେବ ବାହୁଡ଼ା ପହଣ୍ଡି । ସକାଳ ୧୦ଟା ଯାଏ ପହଣ୍ଡି ଚାଲିବା ସହ ବେଶ ଶେଷ ହେବ । ୧୦ଟା ୩୦ରୁ ୧୧ଟା ୩୦ ଭିତରେ ଛେରା ପହଁରା କରାଯିବ । ୧୧ଟାରୁ ଚାରମାଳ ଫିଟିବା ସହ ଘୋଡ଼ା ଯୋଖାଯିବ । ଏହାପରେ ମଧ୍ୟାହ୍ନ ୧୨ଟାରୁ ରଥଟଣା ଆରମ୍ଭ ହେବାକୁ ନୀତି ନିର୍ଘଣ୍ଟ କରାଯାଇଛି। ସେପଟେ ଆଜି ଗୁଣ୍ଡିଚାମନ୍ଦିରରେ ମହାପ୍ରଭୁଙ୍କ ଶେଷ ଦର୍ଶନ । ଆଜି ସନ୍ଧ୍ୟା ଦର୍ଶନ ସହ ଶ୍ରଦ୍ଧାଳୁଙ୍କୁ ମିଳିବ ଶେଷ ଆଡ଼ପ ଅବଢ଼ା