![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/bvcbvcb.jpg?resize=519%2C260)
କଳିଙ୍ଗ ଜ୍ୟୋତି ବ୍ୟୁରୋ କଟକ୦୮/୦୭ : କଟକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥବାରୁ କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ସଟଡାଉନ କଟକଣା ମିଆଦକୁ ଆସନ୍ତା ୧୦ ତାରିଖ ମଧ୍ୟରାତ୍ରି ଯାଏଁ ବଢାଇଦେଇଛନ୍ତି । ତେବେ ୧୦ ତାରିଖ ଶୁକ୍ରବାର ଥିବାରୁ ତାହାର ପରବର୍ତ୍ତି ଦୁଇଦିନ ଶନି ଓ ରବିବାର ମଧ୍ୟ କଟକରେ ସଟଡାଉନ ଜାରି ରହିବ । ଫଳରେ ଆସନ୍ତା ୧୨ ତାରିଖ ଯାଏଁ କଟକ ସହର ସଟଡାଉନ ରହିବ ।
![](https://kalingajyoti.com/wp-content/uploads/2020/07/bbvvcbcvb-730x1024.jpg)
ତେବେ ଏହି ସମୟରେ ଲୋକେ ସକାଳ ୫ରୁ ସନ୍ଧ୍ୟା ୬ ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ କିଣି ପାରିବେ । ତେବେ ଜିନିଷ କିଣିବା ସମୟରେ ସତର୍କ ରହିବା ପାଇଁ କହିଛି ସିଏମସି । ଲୋକଙ୍କୁ ସାମାଜିକ ଦୂରତା ଅବଲମ୍ବନ କରି ଏବଂ ମାସ୍କ ପିନ୍ଧି ଜରୁରୀ ଜିନିଷ କିଣିବାକୁ ହେବ । ଜରୁରୀ ନ ଥିଲେ କେହି ବାହାରକୁ ନବାହାରିବା ପାଇଁ ସିଏମସି ପକ୍ଷରୁ ନିର୍ଦେଶ ଦିଆଯାଇଛି । ସଟଡାଉନ କାଳରେ ଔଷଧ ଦୋକାନ ଖୋଲା ରହିବା ସହ ଜରୁରୀ ଜିନିଷର ଅନଲାଇନ ଡେଲିଭରିକୁ ଅନୁମତି ଦିଆଯିବ । ଏହା ସହ ଜରୁରୀ ସେବା ଯେମିତିକି ପାଣି ଏବଂ ବିଦ୍ୟୁତ ଯୋଗାଣ ଅନ୍ୟ ଦିନ ଭଳି ଚାଲୁ ରହିବ ବୋଲି ସିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ପେଟ୍ରୋଲ ପମ୍ପ ମଧ୍ୟ ଖୋଲା ରହିବ ।