କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୪/୦୭: କରୋନା ପ୍ରତିକାରକୁ ନେଇ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏଣିକି କରୋନା ଟେଷ୍ଟ ଫଳାଫଳ ମାତ୍ର ୩୦ ମିନିଟରେ ଜଣାପଡିବ। ଏନେଇ ପରୀକ୍ଷାନିରୀକ୍ଷା ପାଇଁ ଇସ୍ରାଏଲର ଏକ ବୈଜ୍ଞାନିକ ଟିମ୍ ଭାରତ ଆସିବ । ତେବେ ପୂର୍ବରୁ ଏହାର ପରୀକ୍ଷଣ ଇସ୍ରାଏଲରେ କରାଯାଇଛି । ଭାରତରେ ଏହି ପରୀକ୍ଷା ସଫଳ ହେଲେ କରୋନା ଭାଇରସର ମୁକାବିଲା କରିବା ଦିଗରେ ଏକ ବଡ ଅସ୍ତ୍ର ମିଳିଯିବ।
ଇସ୍ରାଏଲରୁ ଆସିଥିବା ଏକ ଟିମ ଦିଲ୍ଲୀ ଏମ୍ସରେ ଏହି କିଟ୍ର ପରୀକ୍ଷା ନିରୀକ୍ଷା କରିବେ। ପଲିଆମିନୋ ଏସିଡ୍ ମାଧ୍ୟମରେ ମାତ୍ର ୩୦ ମିନିଟ୍ ମଧ୍ୟରେ କରୋନା ସଂକ୍ରମଣ ହୋଇଛି କି ନାହିଁ ସେ ସମ୍ପର୍କରେ ଜଣାପଡିବ । ଏହାଦ୍ୱାରା ଏୟାରପୋର୍ଟ, ମଲ୍ ଓ ଅଫିସରେ କର୍ମଚାରୀମାନେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ସେ ସମ୍ପର୍କରେ ଜଣାପଡିବ ବୋଲି ଇସ୍ରାଏଲର ପ୍ରତିରକ୍ଷା ଗବେଷଣାର ନିର୍ଦ୍ଦେଶକ ଡାନି ଗୋଲ୍ଡ ସୂଚନା ଦେଇଛନ୍ତି ।
ଏଥିସହ କର୍ମ ଖର୍ଚ୍ଚରେ ଘରେ କିପରି ବାଓକେମିକାଲ ଟେଷ୍ଟ କରାଯିବ ସେ ନେଇ ପରୀକ୍ଷା କରିବେ। ଏହି ଦୁଇଟି ପରୀକ୍ଷାପାଇଁ ଲାଳ ସଂଗ୍ରହ କରାଯି॥ ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାଙ୍କ ସ୍ୱର ମାଧ୍ୟମରେ ଜଣାପଡିବ । ଏନେଇ ମଧ୍ୟ ଗବେଷଣା କରାଯିବ । କରୋନାର ମୁକାବିଲା ପାଇଁ ତିଆରି ହୋଇଥିବା ୪ଟି ନୂଆ ଉଦ୍ଭାବନ ଉପରେ ଇସ୍ରାଏଲ ବୈଜ୍ଞାନିକ ମାନେ ଭାରତ ସହ ସେମାନଙ୍କ ଅଭିଜ୍ଞତା ବାଣ୍ଟିବେ । ଏଥିପାଇଁ ୪ହଜାରରୁ ୫ହଜାରରୁ ନମୁନା ସଂଗ୍ରହ ହେବ ।
ଯଦି ଏହ କିଟ୍ର ପରୀକ୍ଷଣ ଭାରତରେ ସଫଳ ହେଲା ତେବେ ଖୁବ୍ ଶୀଘ୍ର ଭାରତରେ ଏହାର ଉତ୍ପାଦନ ଆରମ୍ଭ ହେବ। ଏହା ପରେ ଭାରତ ଓ ଇସ୍ରାଏଲ ମିଳିତ ଭେନ୍ଚରରେ ଏହାର ମାର୍କେଟିଂ କରିବେ