
ନୂଆଦିଲ୍ଲୀ; ଆସାମରେ ପୁଣି ଫେରିବ ବିଜେପି ସରକାର। ଏଥର କଂଗ୍ରେସ ବିଜେପିକୁ କଡ଼ା ଟକ୍କର ଦେଇଥିବା ବେଳେ ସରକାର ଗଠନ କରିବାରେ ଅସଫଳ ହୋଇଛି। ଏକ୍ଜିଟ୍ ପୋଲ୍ରେ ଏଭଳି ଫଳାଫଳା ପ୍ରକାଶ ପାଇଛି।
ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଆକ୍ସିସ୍ ମାଇ ଇଣ୍ଡିଆ ଏକ୍ଜିଟ୍ ପୋଲ୍ ଅନୁସାରେ ରାଜ୍ୟର ମୋଟ ୧୨୬ ସିଟ୍ ମଧ୍ୟରୁ ବିଜେପି ୭୫-୮୫ ସିଟ୍ ଜିତିବ। ସେହିପରି କଂଗ୍ରେସକୁ ୪୦-୫୦ ସିଟ୍ ମିଳିବ। ଅନ୍ୟମାନଙ୍କୁ ୪-୫ ସିଟ୍ ମିଳିପାରେ ଇଣ୍ଡିଆ ଟୁଡେ ଏକ୍ଜିଟ୍ ପୋଲ୍ ଦର୍ଶାଇଛି।
ରାଜ୍ୟର ୧୨୬ଟି ଆସନ ପାଇଁ ମାର୍ଚ୍ଚ ୨୭, ଏପ୍ରିଲ ୧ ଓ ୬ ତାରିଖ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୪୭ ବିଧାନସଭା ଆସନ ପାଇଁ ନିର୍ବାଚନ ହୋଇଥିବା ବେଲେ ଦ୍ୱିତୀୟ ପର୍ଯ୍ୟାୟରେ ୩୯ଟି ଓ ତୃତୀୟ ପର୍ଯ୍ୟାୟରେ ୪୦ ସିଟ୍ ପାଇଁ ନିର୍ବାଚନ ହୋଇଥିଲା। ତେବେ ମେ’ ୨ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତେବେ ଏହା ପୂର୍ବରୁ ଏକ୍ଜିଟ୍ ପୋଲ ଫଳାଫଳ ବିଜେପିକୁ ବିଜୟ କରିଛି। ତେବେ ପ୍ରକୃତରେ ଆସାମରେ କିଏ ସରକାର ଗଢ଼ିବ ତାହା ମେ ଦୁଇ ତାରିଖରେ ଜଣାପଡ଼ିବ।