ଏଣିକି ହଟସ୍ପଟ ଜିଲାର ରୋଗୀଙ୍କୁ ଚିକିତ୍ସା ନ କଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ : ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ରାଜ୍ୟ ସରକାରଙ୍କ ଚେତାବନୀ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ବର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୮/୦୭ : ଘରୋଇ ହସ୍ପିଟାଲ ଓ କ୍ଲିନିକକୁ ରାଜ୍ୟ ସରକାରଙ୍କ ଚେତାବନୀ। ରାଜ୍ୟର କରୋନା ହଟସ୍ପଟ ଜିଲାରୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନକଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ମେଡିକାଲକୁ ଆସୁଥିବା ରୋଗୀଙ୍କୁ ଚିକିତ୍ସା ନକରି ଫେରାଇ ଦେବା ହେଉଛି ଅପରାଧ। ଏଣୁ ଯଦି କୌଣସି ଘରୋଇ ହସ୍ପିଟାଲ କିମ୍ବା କ୍ଲିନିକ ଯଦି କୌଣସି ରୋଗୀକୁ ଚିକିିତ୍ସା ନକରି ଫେରାଇ ଦିଏ ତେବେ ତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ରାଜ୍ୟ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ଟ୍ବିଟ୍ କରି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ରାଜ୍ୟରେ କରୋନା ହଟସ୍ପଟ ଥିବା ଜିଲାମାନଙ୍କରୁ ଚିକିତ୍ସା ପାଇଁ ସହରକୁ ଆସୁଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲ ଓ କ୍ଲିନିକ ଗୁଡିକ କରୋନା ସଂକ୍ରମଣ ଭୟରୁ ଚିକିତ୍ସା ନକରି ଫେରାଇ ଦେଉଥିବା ଅଭିଯୋଗ ହୋଇଥିଲା। ଯାହାକୁ ମୁଖ୍ୟଶାସନ ସଚିବ ଗୁରୁତର ସହ ନେଇ ଆଜି ଏହି ନିର୍ଦେଶ ଦେଇଛନ୍ତି। ଯଦି ରାଜ୍ୟରେ ହଟସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ କୌଣସି ହସ୍ପିଟାଲରେ ଆଡମିସନ୍ ନକଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ରୋଗୀଙ୍କୁ ମେଡିକାଲରେ ଆଡମିଶନ ନ କରିବା ବେଆଇନ ତେଣୁ ଏସବୁ କରୁଥିବା ହସ୍ପିଟାଲ ଏବଂ କ୍ଲିନିକ ଉପରେ ଆକ୍ସନ ନିଆଯିବ । ଏନେଇ ୧୦୦ ନମ୍ବରକୁ ଡାଏଲ କରି ଜଣାଇବାକୁ ଟୁଇଟ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।
![](https://i0.wp.com/kalingajyoti.com/wp-content/uploads/2020/07/ASIT-3-1.jpg?resize=800%2C500&ssl=1)