![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/66a7f3ae-606b-42b0-bb75-cfdae263008a.jpg?resize=597%2C335)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଲକ୍ଷ୍ନୌ ୧୦/୦୭: କାନପୁରରେ ଏନ୍କାଉଣ୍ଟର୍ କାରଣରୁ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍ଷ୍ଟର୍ ବିକାଶ ଦୁବେ ନିହତ ହୋଇଛନ୍ତି। ଖସି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ବିକାଶ ଦୁବେ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍ ଫୋର୍ସଙ୍କ ଏନ୍କାଉଣ୍ଟର୍ର ସରବ୍ୟ ହୋଇଥିଲେ। କିନ୍ତୁ, ଆନୁଷ୍ଠାନିକ ଭାବେ ଏ ସଂକ୍ରାନ୍ତରେ ଘୋଷଣା କରାଯାଇନାହିଁ।
![](https://kalingajyoti.com/wp-content/uploads/2020/07/zxcvbsdfgrs.jpg)
ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ସକାଳେ ଗ୍ୟାଙ୍ଗ୍ଷ୍ଟର୍ ବିକାଶ ଦୁବେଙ୍କୁ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍ ଫୋର୍ସ ମଧ୍ୟପ୍ରଦେଶରୁ କାନପୁର ଆଣୁଥିଲେ। ବାଟରେ ବରା ଅଞ୍ଚଳରେ ତାଙ୍କୁ ଅଣାଯାଉଥିବା ଗାଡ଼ିଟି ସକାଳ ପ୍ରାୟ ୭ଟା ବେଳେ ଓଲଟି ପଡ଼ିବାରୁ ସେ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ଫଳରେ ତାଙ୍କୁ ଏନ୍କାଉଣ୍ଟର୍ କରାଯାଇଥିଲା। ଏନ୍କାଉଣ୍ଟର୍ ଯୋଗୁଁ ଶରୀରରେ ଗୁଳି ଚୋଟ ଲାଗିବାରୁ ବିକାଶ ଦୁବେ ଆହତ ହୋଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା।
![](https://i0.wp.com/kalingajyoti.com/wp-content/uploads/2020/07/ad874d4c-84cd-40b7-8fef-7481654b441a.jpg?resize=387%2C270)
ଏହି ଘଟଣାରେ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍ ଫୋର୍ସର ଜଣେ ସବ୍-ଇନ୍ସପେକ୍ଟର୍ ଓ ଦୁଇ ଜଣ କନେଷ୍ଟବଳ ମଧ୍ୟ ଆହତ ହୋଇଛନ୍ତି। ସେମାନେ ବିକାଶ ଦୁବେଙ୍କୁ ଅଣାଯାଉଥିବା ଗାଡ଼ିରେ ଥିଲେ।