ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୦/୦୭ : ମାଓବାଦୀ ମୁକ୍ତ ହେଲା ଓଡ଼ିଶାର ଆଉ ୫ ଜିଲ୍ଲା। ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେବଗଡ଼ ଓ ନୟାଗଡ଼ ଜିଲ୍ଲାକୁ ରାଜ୍ୟ ସରକାର ମାଓବାଦୀ ମୁକ୍ତ ବୋଲି ଘୋଷଣା କରିଛନ୍ତି। ଏନେଇ ପୋଲିସ ଡିଜି ଅଭୟ ଟୁଇଟ କରି ସୂଚନା ଦେଇଛନ୍ତି। ଏଥିସହିତ ଏହି ଜିଲ୍ଲାଗୁଡ଼ିକୁ ଏସଆରଇ ତାଲିକାରୁ ମଧ୍ୟ ବାଦ ଦିଆଯାଇଛି। ସାରା ଓଡ଼ିଶାକୁ ମାଓବାଦୀ ମୁକ୍ତ କରିବା ଓଡ଼ିଶା ପୋଲିସର ଲକ୍ଷ୍ୟ ବୋଲି ଡିଜିପି ଲେଖିଛନ୍ତି।