ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୪/୦୭ : ଓଡ଼ିଶା ବିଧାନସଭାର ୫ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା ଦେଇଛନ୍ତି ।
ସମ୍ପୃକ୍ତ କର୍ମଚାରୀଙ୍କୁ ହୋମ୍ ଆଇସୋଲେସନ୍ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତିନି ତଳେ ସେମାନଙ୍କ ଟେଷ୍ଟ କରାଇଥିଲେ, ରିପୋର୍ଟ ପଜିଟିଭ୍ ଆସିଛି । ଏବେ ୩୧ ତାରିଖ ଯାଏଁ ବିଧାନସଭା ବନ୍ଦ ରହିଥିବା ବାଚସ୍ପତି ।
ଆସନ୍ତା ମାସ ପହିଲାରୁ ତିନି ଦିନ ସରକାରୀ ଛୁଟି ଥିବାରୁ ବିଧାନସଭା ୪ ତାରିଖରେ ଖୋଲିବ । ତେବେ ଏହି ବନ୍ଦ ସମୟରେ ସମ୍ପୂର୍ଣ୍ଣ ପରିସରକୁ ସାନିଟାଇଜ୍ କରାଯିବ । ଏହା ସହ ପଜିଟିଭ୍ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ସମସ୍ତ କର୍ମଚାରୀଙ୍କ ସ୍ବାବ୍ ଟେଷ୍ଟ କରାଯିବ ।