![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଗଞ୍ଜାମ, (କଳିଙ୍ଗ ଜ୍ୟୋତି), ୦୨/୦୭ : କରୋନା ଯୋଗୁଁ ମାନବିକତା ମଧ୍ୟ ହଜିଯାଉଥିବା ଦେଖାଯାଉଛି। ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ। କରୋନା ମହାମାରୀ ଯୋଗୁଁ କେବଳ ଲୋକେ ମରୁଛନ୍ତି ନୁହେଁ ଦୟନୀୟ ଅବସ୍ଥାରେ ସେମାନଙ୍କର ମର ଶରୀରକୁ ସତ୍କାର କରାଯାଉଛି। କୋଭିଡ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଜନୈକ ଯୁବକଙ୍କ ଶବକୁ ନେବା ପାଇଁ ଗାଁରେ କେହି ଆଗେଇ ଆସନଥିଲେ। ଅନ୍ୟ ଉପାୟ ନପାଇ ମୃତକଙ୍କ ପିଲାମାନେ ଗୌରୀଶଙ୍କର ରୋଡ଼ ନିକଟରେ ଥିବା ମଶାଣୀକୁ ଶବକୁ ବୋହି ବୋହି ନେଇଥିଲେ। ଛୁଆଙ୍କ ଦୟନୀୟ ଅବସ୍ଥା ଦେଖି ସ୍ଥାନୀୟ କିଛି ଲୋକ ପ୍ରଶାସନକୁ ଜଣାଇଥିଲେ। ତାପରେ ଏକ ଜେସିବି ଆସି ମୃତ ଦେହକୁ ପୋତିଥିଲା।
![](https://i0.wp.com/kalingajyoti.com/wp-content/uploads/2020/07/jcb.jpg?resize=581%2C333)
ଖବର ଅନୁସାରେ, ଯୁବକ ଜଣକ ଅନେକ ଦିନ ଧରି ଜ୍ୱରରେ ପୀଡ଼ିତ ଥିଲେ। ଶେଷରେ ତାଙ୍କୁ ନିଜ ଘର ଲୋକେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେଇଥିଲେ।କିନ୍ତୁ ରାସ୍ତାରେ ହିଁ ତାଙ୍କର ଜୀବନ ଚାଲି ଯାଇଥିଲା। ଆମ୍ବୁଲାନ୍ସ ମୃତ ଦେହକୁ ଫେରାଇ ଆଣିବା ପରେ ନା ନିଜ ସମ୍ପର୍କୀୟ ନା ଗ୍ରାମବାସୀ କେହି ଶବକୁ ଗ୍ରହଣ କରିବା ପାଇଁ ଓ ସତ୍କାର ପାଇଁ ରାଜି ହୋଇନଥିଲେ।