ଭୁବନେଶ୍ବର: ସାରା ଦେଶରେ ଏବେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବଢିବାକୁ ଲାଗିଛି । ଆମ ରାଜ୍ୟରେ ମଧ୍ୟ ଦୈନିକ ସଂକ୍ରମଣ ବଢିବାକୁ ଲାଗିଲାଣି । ଏପରି ସ୍ଥିତିରେ ରାଜ୍ୟ ସରକାର କରୋନା ଭୂତାଣୁର ନୂଆ ରୂପକୁ ନେଇ ତମାମ ତଥ୍ୟ ଦେଇଛନ୍ତି ।
କରୋନାର ନୂଆ ରୂପର ନୂଆ ଲକ୍ଷଣ
- ଦେହ ହାତ ଅବଶ ଲାଗିବା
- ଭୋକ ନହେବା
- ମୁଣ୍ଡ ବିନ୍ଧା, ଦେହ ହାତ ସାମାନ୍ୟରୁ ମଧ୍ୟମ ଘୋଳା ବିନ୍ଧା
- ପତଳା ଝାଡା ଦିନକୁ ୪-୫ ଥର ହେବା
- ଚର୍ମରୋଗ ନୂଆ କରି ଦେଖାଦେବା, ଚର୍ମ କୁଣ୍ଡାଇ ହୋଇ ନୀଳ କିମ୍ବା ଲାଲ ପଡିବା
- ଗଳା ଦରଜ ହେବା, ନାକ ଚୁଣ୍ଟି ହେବା
- ସାମାନ୍ୟ କାଶ ହେବା ସହିତ ଛାତିରେ ସାମାନ୍ୟ ଦରଜ ହେବା
କରୋନାର ନୂଆ ରୂପ- କାହିଁକି ରହିବା ଅଧିକ ସତର୍କ?
- କରୋନାର ଏହି ନୂଆ ପ୍ରଜାତି ଅଧିକ ସଂକ୍ରାମକ
- ଏହା ଶୁଖିଲା ବସ୍ତୁ ଉପରେ ପ୍ରାୟ ୮ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିପାରେ
- ପୂର୍ବ ଅପେକ୍ଷା ଏହା ଅଧିକ ସହଜରେ ଦେହରେ ପ୍ରବେଶ କରିପାରେ
- ନୂଆ ପ୍ରଜାତି ପୂର୍ବ ଅପେକ୍ଷା ଅଧିକ ଭୟଙ୍କର ଓ ନିୟନ୍ତ୍ରଣ କରିବା କଷ୍ଟ
- ଆମ ଦେଶରେ ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ଷ୍ଟ୍ରେନ୍ ଚିହ୍ନଟ ହୋଇସାରିଲାଣି
- ପୁଣି ଲକଡାଉନ୍ ଅବସ୍ଥାକୁ ଫେରିଲେ ଅବସ୍ଥା ଆହୁରି ଖରାପ ହେବ
- ସ୍କୁଲ, କଲେଜ ପିଲାଙ୍କର ପାଠପଢା ଓ ପରୀକ୍ଷା ଆଦିରେ ଘୋର ଅବ୍ୟବସ୍ଥା ସୃଷ୍ଟି ହେବ
କେମିତି ରହିବେ ସାବଧାନ?
- କୋଭିଡ୍ ନିରୋଧୀ ଆଚରଣ ନିଷ୍ଠାର ସହ ପାଳନ କରିବା
- ସରକାରଙ୍କ ନିର୍ଦ୍ଧାରଣ ସାରଣୀ ଅନୁସାରେ କୋଭିଡ୍ ଟିକା ନେବା
- ଆମ ତରଫରୁ ଜନସମାଗମ ସ୍ଥାନଠାରୁ ଦୂରେଇ ରହିବା
- ସ୍କୁଲ, କଲେଜ,ମନ୍ଦିର ଓ ବଜାରରେ କୋଭିଡ୍ ନିୟମ ପାଳନ କରିବା
- ବାହାର ରାଜ୍ୟରୁ ଆସିଲେ ନିଜକୁ ୭ ଦିନ କ୍ୱାରେଣ୍ଟାଇନରେ ରଖିବା
- ସନ୍ଦିଗ୍ଧ ଲକ୍ଷଣ ଥିବା ବ୍ୟକ୍ତିଙ୍କ ତୁରନ୍ତ କୋଭିଡ୍ ପରୀକ୍ଷା କରାଇବା
କେମିତି କରିବେ ଟିକାଦାନ?
- ଆମ ରାଜ୍ୟରେ ଏବେ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ଜାରି ରହିଛି
- ଟିକା ନେବା ପାଇଁ ପ୍ରଥମେ ନିଜ ଫୋନରେ କୋ-ୱିନ୍ ଆପ୍ ଡାଉନଲୋଡ୍ କରନ୍ତୁ
- ସେଠାରେ ଥିବା ପରିଚୟ ପତ୍ରର ନମ୍ବର ଦେଇ ରେଜିଷ୍ଟ୍ରେସନ କରନ୍ତୁ
- ବିନା ରେଜିଷ୍ଟ୍ରେସନରେ ଟିକାଦାନ ସମ୍ଭବ ନୁହେଁ
- କୋଭିଡରୁ ମୁକ୍ତ ହୋଇଥିବା ବ୍ୟକ୍ତି ୪ ସପ୍ତାହ ପରେ ଟିକା ନେଇପାରିବେ
- ସବୁ ଟିକା ଭଳି ଏହାର ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଖୁବ ଅଳ୍ପ ଲୋକଙ୍କ ପାଖରେ ଦେଖାଦେଇପାରେ। ଏଥିରେ ଭୟ କରିବାର କାରଣ ନାହିଁ । ଏହାର ମୁକାବିଲା ପାଇଁ ବ୍ୟବସ୍ଥା ହୋଇଛି।
- ଟିକା ନେବା ପରେ ଅଧଘଣ୍ଟା ବସି, ତାପରେ ଘରକୁ ଯିବା ଉଚିତ।