କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୬/୦୬ : ଦେଶରେ କୋଭିଡ୍-୧୯ ଆରୋଗ୍ୟ ହାର ୫୮.୨.୪%କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୩,୯୪୦ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିବା ସହ ମୋଟ୍ ୨ଲକ୍ଷ ୮୫ ହଜାର ୬୩୭ ଜଣ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ବର୍ତ୍ତମାନ ଦେଶର ବିିଭିନ୍ନ ହସ୍ପିଟାଲରେ ୧ ଲକ୍ଷ ୮୯ ହଜାର ୪୬୩ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ଚିକିତ୍ସା ଚାଲିଛି।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ଗତ ୨୪ଘଣ୍ଟା ମଧ୍ୟରେ ଆଉ ୧୭ ହଜାର ୨୯୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୯୦ ହଜାର ୪୦୧ ରହିଛି। କୋଭିଡ୍ ସଂକ୍ରମଣ ହେବାଠାରୁ ଗୋଟିଏ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ସଂକ୍ରମଣ। ସେହିଭଳି ଗତ ୨୪ ଘଣ୍ଟାରେ ୪୦୭ ଜଣ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହିତ କରୋନା ମୃତ୍ୟୁସଂଖ୍ୟା ୧୫ ହଜାର ୩୦୧ରେ ପହଞ୍ଚିଛି।ଅନ୍ୟପକ୍ଷରେ ଭାରତୀୟ ଭେଷଜ ଗବେଷଣା ପରିଷଦ କହିଛି, ଗତ ୨୪ ଘଣ୍ଟା ଭିତରେ ଦେଶର ବିଭିନ୍ନ ପରୀକ୍ଷାଗାରରେ ୨ଲକ୍ଷ ୧୫ ହଜାର ୪୪୬ଟି ନମୁନା ପରୀକ୍ଷା କରାଯାଇଛି। ଗୋଟିଏ ଦିନ ମଧ୍ୟରେ ଏହା ଏପର୍ଯ୍ୟନ୍ତ ସର୍ବାଧିକ ନମୁନା ପରୀକ୍ଷଣ। ଦେଶରେ ଏପର୍ଯ୍ୟନ୍ତ ୭୭ ଲକ୍ଷ ୭୬ ହଜାର ୨୨୮ଟି ନମୁନାର ପରୀକ୍ଷା କରାଯାଇଛି। ଆଇସିଏମ୍ଆର୍ ଅଧିକରୁ ଅଧିକ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିବା ଜାରି ରଖିଛି। ବର୍ତ୍ତମାନ ଦେଶରେ ୧୦୧୬ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଥିବା ବେଳେ ସେଗୁଡ଼ିକ ମଧ୍ୟରେ ୭୩୭ଟି ସରକାରୀ ପରୀକ୍ଷାଗାର ଓ ୨୭୯ଟି ବେସରକାରୀ ପରୀକ୍ଷାଗାର ରହିଛି।