![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ଏହା ସରକାରଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଲୋକାସେବା ଭବନ , ଖାରବେଳ ଭବନ , କୃଷି ଭବନ ଓ ରାଜୀବ ଭବନର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ତେଣୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ସବୁ ଉପରୋକ୍ତ କାର୍ଯ୍ୟାଳୟଗୁଡ଼ିକରେ ସାଧାରଣ ପ୍ରବେଶ କୁ ବାରଣ କରାଯାଇଛି । ଲୋକମାନଙ୍କ ଭିଡ଼କୁ କମାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି । ତେବେ ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲୋକସେବା ଭବନ, ଖାରବେଳ ଭବନ, କୃଷି ଭବନରେ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହିପରି ପଦକ୍ଷେପ ନିଆଯାଇଛି ।
![](https://i0.wp.com/kalingajyoti.com/wp-content/uploads/2020/07/letter-875x1024.jpg?resize=875%2C1024)
ଏବେ କୌଣସି ବ୍ୟକ୍ତି ଲୋକାସେବା ଭବନ , ଖାରବେଳ ଭବନ , କୃଷି ଭବନ ଓ ରାଜୀବ ଭବନ ଭିତରକୁ ପ୍ରବେଶ କରିବା ପାଇଁ ପ୍ରଥମେ ନିର୍ଦ୍ଦିଷ୍ଟ ବିଭାଗ ପକ୍ଷରୁ ଅନୁରୋଧ ପରେ ଗୃହ ବିଭାଗରୁ ଅନୁମତି ପ୍ରଦାନ କରାଯିବ । ଏନେଇ ଅତିରିକ୍ତ ସଚିବ ସରୋଜ କୁମାର ମିଶ୍ର କହିଛରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।ଏଥିସହିତ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ତେଣୁ ଆଜି ଲୋକସେବା ଭବନ ସମେତ ତିନୋଟି ପ୍ରମୁଖ ପ୍ରଶାସନିକ କାର୍ଯ୍ୟାଳୟ ପରିସରକୁ ଜୁଲାଇ ୩୧ ପର୍ଯ୍ୟନ୍ତ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି ।