ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିଲ୍ଲୀ ଏମ୍ସରେ କରୋନା ଟିକା ନେଇଛନ୍ତି। ପ୍ରଧାନମନ୍ତ୍ରୀ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ନେଇଛନ୍ତି। ପୁଡୁଚେରୀର ସେବିକା ପି.ନିଭେଦା ଶ୍ରୀ ମୋଦୀଙ୍କୁ ଟିକା ଦେଇଛନ୍ତି। ଭାରତରେ ନିର୍ମିତ ଟିକା ସୁରକ୍ଷିତ ଓ ନିରାପଦ ବୋଲି ଶ୍ରୀ ମୋଦୀ ଏହି ଅବସରରେ କହିଛନ୍ତି।
ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକା ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଦେଇଛନ୍ତି। ଆସନ୍ତୁ ସମସ୍ତେ ମିଳିମିଶି ଦେଶକୁ କରୋନା ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।