ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : କରୋନା ସଂକ୍ରମଣର କ୍ରମବର୍ଧିଷ୍ଣୁ ବିପଦକୁ ଦୃଷ୍ଟିରେ ରଖି ସାଉଦୀ ଆରବ ସରକାର ଭାରତ ସହ ବିମାନ ଚଳାଚଳ ଉପରେ ଅଙ୍କୁଶ ଲଗାଇଛନ୍ତି । ଭାରତ ସହ ବ୍ରାଜିଲ, ଆର୍ଜେଣ୍ଟିନାରୁ ମଧ୍ୟ ଯାତ୍ରୀଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଛି।
ସାଉଦୀ ଆରବ ନାଗରିକ ବିମାନନ ମହାପ୍ରାଧିକରଣ ଦ୍ବାରା ଜାରି ଆଦେଶରେ କୁହାଯାଇଛି ଯେ କରୋନା ବିପଦକୁ ଦୃଷ୍ଟିରେ ରଖି ଭାରତ, ବ୍ରାଜିଲ, ଆର୍ଜେଣ୍ଟିନା ଆଦି ଦେଶରୁ ଯାତାୟତ ହୋଉଥିବ ସବୁ ଉଡ଼ାଣ ଅସ୍ଥାୟୀ ଭାବରେ ନିଲମ୍ବନ କରାଯାଇଛି। ତେବେ ଯେଉଁମାନଙ୍କ ନିକଟରେ ସରକାରଙ୍କ ପକ୍ଷରୁ ଯାତାୟତନିମନ୍ତେ ସ୍ବତନ୍ତ୍ର ନିମନ୍ତ୍ରଣ ବା ଦସ୍ତାବିଜ ରହିଥିବ ସେମାନଙ୍କ ପ୍ରତି ଏହି କଟକଣା କାର୍ଯ୍ୟକାରୀ ହେବ ନାହିଁ ।