କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୧/୦୮: ନିମ୍ବର ସ୍ୱାଦରେ ମଧୁରତା ନାହିଁ ସତ, ହେଲେ ଏହାର ଉପକାର ଅମୃତ ପରି ମଧୁର। ଏବେ ବୈଜ୍ଞାନିକ ଏବଂ ଡାକ୍ତରୀ ଟିମ୍ ଜାଣିବାକୁ ପାଇଛନ୍ତି କରୋନା ମୁକାବିଲା କ୍ଷେତ୍ରରେ ନିମ୍ବର ବ୍ୟବହାର ବେଶ ଉପଯୋଗୀ ହୋଇପାରିବ। ଏ ନେଇ ଗବେଷଣା ଆରମ୍ଭ ହୋଇଛି। ଅଲ୍ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ ଅଫ ଆୟୁର୍ବେଦ (AIIB) ପକ୍ଷରୁ କୁହାଯାଇଛି କରୋନା ମୁକାବିଲା ଦିଗରେ ନିମ୍ବ କେତେ ଦୂର ସଫଳ ହୋଇପାରିବ ସେ ନେଇ ଗବେଷଣା ଚାଲିଛି। ଏ ଦିଗରେ AIIB ସହ ନସର୍ଗ ହର୍ବସ୍ ନାମକ ଏକ କମ୍ପାନୀ ସହଯୋଗର ହାତ ବଢାଇଛି। ହରିୟାଣା ଫରିଦାବାଦର ESIC ହସ୍ପିଟାଲରେ ଏହାର ହ୍ୟୁମାନ ଟ୍ରାଏଲ ଚାଲିଛି।
ଏ ନେଇ ୬ ଜଣିଆ ଏକ ଡାକ୍ତରୀ ଟିମ୍ ୨୫୦ ଲୋକଙ୍କ ଉପରେ ଏହାର ପରୀକ୍ଷା କରିବେ। ନିମ୍ବ କରୋନା ଭାଇରସକୁ କେତେ ପରିମାଣରେ ରୋକି ପାରିବ ତାହା ଜାଣିବା ପାଇଁ ଏହି ହ୍ୟୁମାନ ଟ୍ରାଏଲ କରାଯିବ। ଏହି ପରୀକ୍ଷା ପାଇଁ ଲୋକଙ୍କୁ ନିମ୍ର କ୍ୟାପ୍ସୁଲ ଦିଆଯିବ। ୨୫୦ ଲୋକଙ୍କ ମଧ୍ୟରୁ ୧୨୫ ଜଣଙ୍କୁ ନାଚୁରାଲ କ୍ୟାପ୍ସୁଲ ଦିଆଯିବ। ଅନ୍ୟ ୧୨୫ ଜଣଙ୍କୁ ସାଧାରଣ କ୍ୟାପ୍ସୁଲ ଦିଆଯିବ। ସମସ୍ତ ଲୋକଙ୍କୁ ୨୮ ଦିନ ଅବଜର୍ବେସନରେ ରଖାଯିବ।
କ୍ଲିନିକାଲ ଟ୍ରାଏଲ୍ ସମ୍ପର୍କରେ ଆଲୋଚନା କରି Natural Biotechର ଫାଉଣ୍ଡର ଗିରିଶ ଆମର ଏହି ନିମ୍ବ ଏକ ପ୍ରଭାବଶାଳୀ ଆଣ୍ଟି ଭାଇରାଲ ଭାବେ କାମ କରିବ ବୋଲି କହିଛନ୍ତି।