![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ / ୱାଶିଂଟନ୦୬/୦୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ କଟକଣା ଲଗାଇଛି ଟ୍ବିଟର। ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ଉପରେ ଅସ୍ଥାୟୀ ଭାବେ ରୋକ୍ ଲଗାଯାଇଛି। କରୋନା ଭୂତାଣୁକୁ ନେଇ ଟ୍ରମ୍ପ ଭ୍ରମାତ୍ମକ ତଥ୍ୟ ସୋସିଆଲ ମିଡିଆରେ ଶେୟାର କରିଥିବାରୁ ଟ୍ବିଟର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଟ୍ବିଟର ଅଭିଯୋଗ କରିଛି ଯେ, ଟ୍ରମ୍ପଙ୍କ ଆକାଉଣ୍ଟରୁ କରାଯାଇଥିବା ଟ୍ବିଟ୍ କରୋନା ମହାମାରୀ ସମ୍ବନ୍ଧରେ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରିଛି। ଏହା କମ୍ପାନୀ ଗାଇଡ୍ଲାଇନର ବିରୋଧାଚରଣ କରୁଛି।
![](https://i0.wp.com/kalingajyoti.com/wp-content/uploads/2020/08/download-14-2.jpg?resize=339%2C225&ssl=1)
ଟ୍ବିଟରର ଜଣେ ମୁଖପାତ୍ର କହିଛନ୍ତି ଯେ, କରୋନା ଭୂତାଣୁ ସମ୍ପର୍କରେ ଟ୍ରମ୍ପ ନିଜ ଟ୍ବିଟ୍ ଜରିଆରେ ଭୂଲ ତଥ୍ୟ ପ୍ରଚାର କରୁଥିଲେ, ଯାହା ମହାମାରୀକୁ ନେଇ କମ୍ପାନୀ ପକ୍ଷରୁ ଜାରି ଗାଇଡ୍ଲାଇନର ଉଲ୍ଲଂଘନ କରିଛି।
![](https://kalingajyoti.com/wp-content/uploads/2020/08/twitter-ban-speech-1-1024x576.png)
ଟ୍ରମ୍ପ ଫକ୍ସ ନ୍ୟୁଜର ଏକ ଭିଡିଓ ଟ୍ବିଟ୍ କରିଥିଲେ। ଏହା ଅତ୍ୟନ୍ତ ଭ୍ରମାତ୍ମକ ଥିଲା। ଟ୍ରମ୍ପ ଏଥିରେ ଲେଖିଥିଲେ ଯେ, ଶିଶୁମାନଙ୍କୁ କରୋନା ହୁଏ ନାହିଁ। କାରଣ ସେମାନଙ୍କଠାରେ ରୋଗପ୍ରତିରୋଧକ ଶକ୍ତି ବହୁମାତ୍ରାରେ ଅଧିକ ଥାଏ। ସୂଚନାଯୋଗ୍ୟ, ପୂର୍ବରୁ ଫେସବୁକ୍ ମଧ୍ୟ ଟ୍ରମ୍ପଙ୍କ ଏପରି ଭିଡିଓ ଉପରେ ପ୍ରତିବନ୍ଧକ ଲଗାଇଥିଲା।