କରୋନା ର କରାଳ ରୂପ : ଅନଲାଇନ୍ କ୍ଲାସ୍ ପାଇଁ ଝିଅକୁ ‘ସ୍ମାର୍ଟଫୋନ୍’ ଦେଇ ନ ପାରି ଦିନ ମଜୁରିଆ ବାପାଙ୍କ ଆତ୍ମହତ୍ୟା !
ତ୍ରିପୁରା (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୪।୭ : ପଶ୍ଚିମ ତ୍ରିପୁରାର ସିପାହିଜାଲା ଜିଲ୍ଲାର ମଧୁପୁରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଅନଲାଇନ୍ ଅଧ୍ୟୟନ ପାଇଁ ନିଜ ଝିଅକୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଦେବାରେ ବିଫଳ ହେବାରୁ ଆତ୍ମହତ୍ୟା କଲେ ଦିନ ମଜୁରିଆ ବାପା। ପଶ୍ଚିମ ତ୍ରିପୁରାରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ମାମଲା ରାଜ୍ୟର ସିପାହୀଜଲାର। ସୁକୁମାର ଜଣେ ଦିନ ମଜୁରିଆ ଥିଲେ। ଯେତିକି ଟଙ୍କା ରୋଜଗାର କରୁଥିଲେ ସେତିକିରେ ଘର ଚଳାଉଥିଲେ। ସୁକୁମାରଙ୍କ ତିନୋଟି ସନ୍ତାନ ଥିଲେ। କରୋନା ଯୋଗୁଁ ସେତେ ଅଧିକା ରୋଜଗାର କରିପାରୁନଥିଲେ। ଏପଟେ ଝିଅ ଓ ପତ୍ନୀଙ୍କ ନିର୍ଯ୍ୟାତନା ସହିପାରିନଥିଳଷ ସୁକୁମାର। ଶେଷରେ ଆତ୍ମହତ୍ୟା କରିଦେଲେ
ସିପାହିଜଲା ଜିଲ୍ଲା ପୋଲିସ୍ ମୁଖ୍ୟ କୃଷ୍ଣେନ୍ଦ୍ର ଚକ୍ରବର୍ତ୍ତୀ କହିଛନ୍ତି ଯେ, ୪୫ ବର୍ଷ ବୟସ୍କ ସୁକୁମାର ଭୋମିକ୍ ଏକ ୧୫ ବର୍ଷ ବୟସ୍କା ଝିଅକୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଦେବା ବଦଳରେ ଏକ ସରଳ ମୋବାଇଲ୍ ଫୋନ୍ କିଣିଥିଲେ। ଚକ୍ରବର୍ତ୍ତୀ ଗୁରୁବାର ଦିନ କହିଛନ୍ତି ଯେ ଯେତେବେଳେ ସୁକୁମାର ତାଙ୍କ ଝିଅକୁ ଏକ ନୂତନ ମୋବାଇଲ୍ ଫୋନ୍ ଦେଇଥିଲେ, ସେତେବେଳେ ସେ ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲେ କାରଣ ତାଙ୍କର ଅନଲାଇନ୍ କୋଚିଂ ପାଇଁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଆବଶ୍ୟକ ଥିଲା। ସୁକୁମାରଙ୍କ ପତ୍ନୀ ଏବଂ ଝିଅ ମଧ୍ୟ ତାଙ୍କୁ ତାଗିଦ କରିଥିଲେ। ଅଧିକାରୀ କହିଛନ୍ତି ଯେ ସୁକୁମାର ତାଙ୍କ ପତ୍ନୀ ଏବଂ ଝିଅକୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ଏବଂ ସେ କହିଥିଲେ ଯେ ମହଙ୍ଗା ଆଣ୍ଡ୍ରଏଡ୍ ଫୋନ୍ କିଣିବାକୁ ସେମାନଙ୍କ ପାଖରେ ଟଙ୍କା ନାହିଁ। କିନ୍ତୁ ସେମାନେ ତାଙ୍କୁ ହଇରାଣ କରିବାକୁ ଲାଗିଲେ। ତାଙ୍କ ଝିଅ ନୂଆ ମୋବାଇଲ୍ ଫୋନକୁ ତଳେ ପକାଇ ଭାଙ୍ଗି ଦେଇଥିଲା। ସୁକୁମାରଙ୍କ ନିକଟ ସମ୍ପର୍କୀୟମାନେ କହିଛନ୍ତି ଯେ ତାଙ୍କ ଝିଅ ଓ ପତ୍ନୀଙ୍କ ଦ୍ୱାରା ହୋଇଥିବା ନିର୍ଯାତନା ଯୋଗୁଁ ସେ ଅପମାନିତ ଅନୁଭବ କରି ବୁଧବାର ସକାଳେ ପଶ୍ଚିମ ତ୍ରିପୁରାର ସିପାହିଜାଲା ଜିଲ୍ଲାର ମଧୁପୁରରେ ନିଜ ଘରେ ଏକ ବନ୍ଦ କୋଠରୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।