![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/jyrtjuj.jpg?resize=496%2C372)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭ : ମହାମାରୀ କରୋନା ଭୂତାଣୁ ୧୦୦ ବର୍ଷର ସବୁଠୁ ବଡ଼ ସ୍ୱାସ୍ଥ୍ୟ ଏବଂ ଆର୍ଥିକ ସଙ୍କଟ ବୋଲି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନ୍କ୍ଲେଭରେ ଦାସ ଯୋଗଦେଇ ଏହା କହିଛନ୍ତି।
![](https://kalingajyoti.com/wp-content/uploads/2020/07/jhgjhfjh.jpg)
ସେ କହିଛନ୍ତି ଯେ, କୋଭିଠ-୧୯ ଯୋଗୁ ଉତ୍ପାଦନ, ଚାକିରି ଏବଂ ସ୍ବାସ୍ଥ୍ୟ ଉପରେ ଅଭୂତପୂର୍ବ ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି। ଏହି ସଙ୍କଟ ବର୍ତ୍ତମାନର ବିଶ୍ଵ ସ୍ତରୀୟ ବ୍ୟବସ୍ଥା, ବିଶ୍ଵ ସ୍ତରର ମୂଲ୍ୟ ଶୃଙ୍ଖଳ ଏବଂ ବିଶ୍ଵବ୍ୟାପୀ ଶ୍ରମ ଓ ପୁଞ୍ଜିର ଗତିକୁ ପ୍ରଭାବିତ କରିଛି।
ଏହି ଅବସରରେ ଶକ୍ତିକାନ୍ତ ଦାସ ଆରବିଆଇ ପକ୍ଷରୁ କରୋନା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ, କରୋନା କାଳରେ ଆମ ବିତ୍ତୀୟ ବ୍ୟବସ୍ଥାକୁ ବଞ୍ଚାଇବା ଲାଗି ଏବଂ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଅନେକ ପଦକ୍ଷେପ ନେଇଛି। କରୋନା ସଙ୍କଟ ପୂର୍ବରୁ ୨୦୧୯ ସେପ୍ଟେମ୍ବରରେ ମାନ୍ଦାବସ୍ଥା ଯୋଗୁ ଆରବିଆଇ ରେପୋ ରେଟ୍ରେ ୧୩୫ ବେସିସ୍ ପଏଣ୍ଟ ହ୍ରାସ କରିଥିଲା। ଏହା ପରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଏମପିସି ରେପୋ ରେଟ୍ ୧୧୫ ବେସିସ୍ ପଏଣ୍ଟ କମାଇଥିଲା। ଏହିପରି ଭାବେ ମୋଟ ୨୫୦ ବେସିସ୍ ପଏଣ୍ଟ ହ୍ରାସ ଘଟିଛି।