![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ମାଙ୍ଗାଲୁରୁ, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୯/୦୭ : ସାରା ବିଶ୍ୱ ଏବେ କରୋନା ଆତଙ୍କରେ ଥରହର। ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ ଭାକସିନ୍ ପ୍ରସ୍ତୁତିରେ ଲାଗିଛନ୍ତି । ଏପରିକି ହ୍ୟୁମାନ୍ ଟ୍ରାଏଲ୍ ମଧ୍ୟ ଆରମ୍ଭ ହେଲାଣି । ଏଭଳି ଏକ ସଙ୍କଟ ସମୟରେ କିନ୍ତୁ କିଛି ରାଜନେତା ଲୋକଙ୍କୁ ଅଦ୍ଭୁତ ପ୍ରକାରର ଚିକିତ୍ସା ପଦ୍ଧତି ଅବଲମ୍ବନ କରିବାକୁ କହୁଛନ୍ତି। ଅବାସ୍ତବ ପରାମର୍ଶ ଦେଉଛନ୍ତି । କର୍ଣ୍ଣାଟକର ଉଲ୍ଲାଲ ଏନଏସିର କଂଗ୍ରେସ କାଉନସିଲର ରଭିଚନ୍ଦ୍ର ଗଟ୍ଟିଙ୍କର ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ସେ କରୋନାରୁ ରକ୍ଷା ପାଇବା ପାଇଁ ରମ୍ ପିଇବା ସହ ଆମଲେଟ୍ କିମ୍ବା ଅଧା ସିଝା ଦୁଇଟି ଅଣ୍ଡା ଖାଇବାକୁ ପରାମର୍ଶ ଦେଇଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/77031574.jpg?resize=1024%2C768&ssl=1)
ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ ହେଉଛି। ଭିଡିଓରେ ସେ କହିଛନ୍ତି ଯେ, ମାଙ୍ଗାଲୁରୁ ଓ ମୋଦିକରୀରେ ବହୁ ଲୋକ ରମ୍ ପିଉଛନ୍ତି। ସେ କିନ୍ତୁ ରମ୍ ପିଅନ୍ତି ନାହିଁ କିମ୍ବା ମାଛ ଖାଆନ୍ତି ନାହିଁ। ଲୋକମାଏ ଏକ ଚାମଚ୍ ଗୋଲମରିଚ ପାଉଡରକୁ ୯୦ ମିଲିଲିଟର ରମରେ ପକାନ୍ତୁ। ଏହାକୁ ନିଜ ହାତରେ ଭଲ ଭାବରେ ହଲାଇ ପିଇଦିଅନ୍ତୁ। କରୋନା ସମ୍ପୂର୍ଣ୍ଣ ଭାବରେ ଶେଷ କରିବା ପାଇଁ ଏହା ସହିତ ଦୁଇଟି ଅଧା ସିଝା ଅମଲେଟ୍ ଖାଆନ୍ତୁ ବୋଲି ସେ କହିଛନ୍ତି । ଭିଡିଓରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ବହୁତ ଔଷଧ ବ୍ୟବହାର କରିଛନ୍ତି, କିନ୍ତୁ କେବଳ ଏହି ଘରୋଇ ଚିକିତ୍ସା କାମ ଦେଇଛି। ଜଣେ ରାଜନେତା ଭାବେ ନୁହେଁ, ବଂର ଦେଶର ଜଣେ ନାଗରିକ ଓ କରୋନା କମିଟିର ସଦସ୍ୟ ଭାବରେ ସେ ଏଭଳି ପରାମର୍ଶ ଦେଇଛନ୍ତି। ଏହି ଭିଡିଓ ଉପରେ ସୋସିଆଲ ମିଡିଆରେ ଲୋକମାନେ ଭିନ୍ନ ଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।