କଳିଙ୍ଗ ଜ୍ଯୋତି ଖବରର ମହା ପ୍ରଭାବ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ବିଧାରପୁର ଛକରୁ ବର୍ଷା ଜଳ ନିଷ୍କାସନ ପାଇଁ ପରିଶେଷରେ ଅଣ୍ଟା ଭିଡିଲା ପୂର୍ତ୍ତବିଭାଗ
ବାଣପୁର ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : ବିଧାରପୁର ଛକରେ ଜଳବନ୍ଦୀ ସମସ୍ୟାକୁ ନେଇ ‘କଳିଙ୍ଗଜ୍ୟୋତି‘ ରେ ୨୩ ତାରିଖ ବୁଧବାର ଦିନ ଏକ ଖବର ପ୍ରକାଶିତ ହୋଇଥିଲା। ଯାହାଦ୍ୱାରା ପ୍ରଶାସନକୁ ଗଭୀର ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥିଲା ।
ତେବେ ଏହାର ଏକ ଦିନ ପରେ ଅର୍ଥାତ ଗୁରୁବାର ମଧ୍ୟାନ୍ହରେ ମଧ୍ୟାହ୍ନରେ ପୂର୍ତ୍ତବିଭାଗ ଖୋର୍ଦ୍ଧା ଜିଲ୍ଲା ନିର୍ବାହୀ ଯନ୍ତ୍ରୀ ଦୀପକ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ଵେତା ଦାସ ଏବଂ ସହକାରୀ ଯନ୍ତ୍ରୀ ପ୍ରଭାକର ଚୌଧୁରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ସ୍ଥାନୀୟ ବାସିନ୍ଦା ତଥା ବୁଦ୍ଧିଜୀବୀମାନଙ୍କ ସହ ବହୁସମୟ ଧରି ଆଲୋଚନା କରିଥିଲେ। ପରିଶେଷରେ ଉକ୍ତ ସମସ୍ୟାର ଅସ୍ଥାୟୀ ସମାଧାନର ବାଟ କାଢ଼ିଥିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ଵେତା ଦାସ।
ଏହି ପରିପ୍ରେକ୍ଷୀରେ ପୂର୍ତ୍ତବିଭାଗ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ବିଧାରପୁର ଛକ ଠାରୁ ସାରଳା ବିହାର କେନାଲ ପର୍ଯ୍ୟନ୍ତ ଏକ ଅସ୍ଥାୟୀ ଡ୍ରେନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏହାଦ୍ୱାରା ସହରବାସୀ ସାମୟିକ ଭାବେ ଜଳବନ୍ଦୀରୁ ମୁକ୍ତି ପାଇବେ। ତେବେ ଏହାର ସ୍ଥାୟୀ ସମାଧାନ ଦିଗରେ ପୂର୍ତ୍ତବିଭାଗର କଣ ପଦକ୍ଷେପ ରହିବ ବୋଲି ଆମ ଚିଲିକା ପ୍ରତିନିଧି ନିର୍ବାହୀ ଯନ୍ତ୍ରୀ ଦୀପକ ପାଣିଗ୍ରାହୀଙ୍କୁ ପଚାରିବାରୁ ଯେତେ ଶୀଘ୍ର ସ୍ଥାନୀୟ ପ୍ରଶାସନ ଦ୍ୱାରା ବେଆଇନ ଭାବେ ଅଧିକୃତ ହୋଇଥିବା ସରକାରୀ ଜାଗାଗୁଡିକୁ ଖାଲି କରାଯିବ ସେତେଶୀଘ୍ର ବାଣପୁର ଏନଏସିରେ ପୂର୍ତ୍ତବିଭାଗ ଡ୍ରେନେଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।
ତେବେ ଏ ଦିଗରେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ବାଣପୁର ତହସିଲଦାରଙ୍କୁ ସହରବାସୀ ଅନୁରୋଧ କରିଛନ୍ତି। ଅନୁରୂପ ଭାବେ ଜଳବନ୍ଦୀ ସମସ୍ୟାର ଅସ୍ଥାୟୀ ସମାଧାନ ହୋଇଥିବାରୁ ଖୋର୍ଦ୍ଧା ଜିଲ୍ଲାପାଳ ତଥା ପୂର୍ତ୍ତବିଭାଗକ ଓ କଳିଙ୍ଗ ଜ୍ଯୋତି ଖବର କାଗଜକୁ ସ୍ଥାନୀୟ ଲୋକେ ଧନ୍ୟବାଦ ଜ୍ଞାପନ କରିଛନ୍ତି।