କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଶ୍ରୀନଗର ୨୭/୦୭ : କାଶ୍ମୀର ଉପତ୍ୟକାରୁ ଉତ୍ପାଦିତ ହେଉଥିବା କେଶରକୁ ଜିଆଇ ମାନ୍ୟତା ମିଳିଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଖୁସି ପ୍ରକଟ କରି ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ କହିଛନ୍ତି, କାଶ୍ମୀର ଉପତ୍ୟକାରେ ଚାଷ କରାଯାଉଥିବା କେଶରକୁ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ମିଳିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ଜିଆଇ ଟ୍ୟାଗ୍ ମିଳିବା ସହିତ କାଶ୍ମୀର କେଶରର ଆନ୍ତର୍ଜାତିକ ବଜାରରେ ଚାହିଦା ବୃଦ୍ଧି ପାଇବ ଓ କାଶ୍ମୀର୍ର କେଶର ଚାଷୀମାନଙ୍କୁ ଏ ବାବଦରେ ଅଧିକା ଅର୍ଥ ମିଳିବ। ଉପରାଜ୍ୟପାଳ ଏଥିପାଇଁ କାଶ୍ମୀର୍ର କୃଷି ବିଭାଗ ନିର୍ଦ୍ଦେଶକଙ୍କୁ ଶ୍ରେୟ ଦେଇଛନ୍ତି। ଏହି ଜିଆଇ ଟ୍ୟାଗ୍ ମିଳିବାଦ୍ୱାରା ଉଭୟ କାଶ୍ମୀର୍ର କେଶର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ଗୌରବାନ୍ୱିତ ହୋଇଛନ୍ତି। ଏଥିପାଇଁ ଉଭୟ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ଓ କେଶରଚାଷୀମାନେ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରୁଥିଲେ ବୋଲି କହିଛନ୍ତି।