ପୁଣେ/ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୨-୦୯-୨୦ : ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ବିକଶିତ ଓ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ପ୍ରସ୍ତୁତ କରୋନା ଟିକା ‘କୋଭିସିଲ୍ଡ’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ୧୫୦ରୁ ୨୦୦ ସ୍ବେଚ୍ଛାସେବୀଙ୍କଠାରେ ସାସନ୍ ଜେନେରାଲ ହସ୍ପିଟାଲରେ ଆରମ୍ଭ ହୋଇଛି।
ପୂର୍ବରୁ ଏଠାକାର ଭାରତୀ ବିଦ୍ୟାପୀଠ ମେଡିକାଲ କଲେଜ ଓ କେଇଏମ ହସ୍ପିଟାଲରେ ଟିକାର ଦ୍ବିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ କରାଯାଇଥିଲା ଓ ଏହା ସଫଳ ଥିବା କୁହାଯାଇଛି। କୋଭିଡ-୧୯ ଲାଗି ବ୍ରିଟେନ୍-ସ୍ବିଡେନ୍ କମ୍ପାନୀ ଆଷ୍ଟ୍ରାଜେନିକା ସହିତ ମିଶି ଏହାକୁ ପ୍ରସ୍ତୁତ କରୁଛି।