![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/4y624y-1.jpg?resize=478%2C358)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଯାଜପୁର ୩୦/୦୬:କରୋନା କଟକଣା ଓ ଜିଲ୍ଲାପାଳଙ୍କ ନିର୍ଦେଶକୁ ଅମାନ୍ୟ କରି କୋରାଇ ବ୍ଲକ୍ କାର୍ଯ୍ୟାଳୟରେ ହୋଇଛି ଶାସକ ଦଳର ଦଳୀୟ ବୈଠକ । ତାହା ପୁଣି ବ୍ଲକ୍ ବିଜେଡି ସଭାପତିଙ୍କ ନେତୃତ୍ୱରେ । ଏନେଇ ନାଁ କୋରାଇ ବିଡିଓଙ୍କ ଅନୁମତି ନିଆଯାଇଛି ନାଁ ବ୍ଲକ୍ ଅଧ୍ୟକ୍ଷାଙ୍କର । ଶାସକ ଦଳର ମନମାନି ଆଗରେ ହାର ମାନିଛି ଜିଲ୍ଲା ପ୍ରଶାସନର ସମସ୍ତ ନିୟମ । ଯାହାର ତଦନ୍ତ କରାଯିବ ବୋଲି କହିଛନ୍ତି କୋରାଇ ବିଡିଓ ସ୍ୱାତୀ ସ୍ନିଗ୍ଧା । ଘଟଣା ମୁତାବକ କୋରାଇ ବିଜେଡି ବ୍ଲକ୍ ସଭାପତି ଭକ୍ତ ବତ୍ସଲ ସ୍ୱାଇଁଙ୍କ ନେତୃତ୍ୱରେ ଆଜି ବ୍ଲକ୍ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ ବ୍ଲକ୍ର ସମସ୍ତ ପଂଚାୟତର ଜନ ପ୍ରତିନିଧି, ତୁଙ୍ଗନେତା ଓ କର୍ମୀ । ଶହେରୁ ଉର୍ଦ୍ଧ କର୍ମୀ ବ୍ଲକ୍ ଉପାଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଏକାଠି ହୋଇ ସାଙ୍ଗଠନିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ ।
![](https://kalingajyoti.com/wp-content/uploads/2020/06/425y24y5-1.jpg)
ନା ଥିଲା ସମାଜିକ ଦୂରତ। ନା କେହି ପିନ୍ଧିଥିଲେ ମାସ୍କ ।ଏହା ସହିତ କୋରାଇ ବିଧାୟକଙ୍କ ପ୍ରତିନିଧି ଭାବେ ନବ ନିଯୁକ୍ତ ହୋଇଥିବା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ ତାରକେଶ୍ୱର ମହାନ୍ତି ଏବଂ ସାଂସଦଙ୍କ ପ୍ରତିନିଧି ଭାବେ ବ୍ଲକ୍ ସଭାପତି ଭାବେ ଭକ୍ତ ବତ୍ସଲ ସ୍ୱାଇଁଙ୍କୁ ସମ୍ବର୍ଦ୍ଧନା ଦିଆଯିବାର ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଗତକାଲି ଜିଲ୍ଲାରେ ଯାଜପୁର ତହସିଲଦାରଙ୍କ ସମେତ ୪୧ ଜଣ କରୋନା ପଜେଟିଭ ବାହାରିବା ପରେ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ଯିବା ଉପରେ ଜିଲ୍ଲାପାଳ କଟକଣା ଜାରି କରିଛନ୍ତି । ହେଲେ ଏହାକୁ ଅଣଦେଖା କରି ଶାସକ ଦଳ ସରକାରୀ କାର୍ଯ୍ୟାଳୟରେ ଦଳୀୟ ବୈଠକରେ କରିବାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି ।