ସବୁ ଜାଣି ନିଦା ବିଷ୍ଣୁ ସାଜିଛି ପ୍ରଶାସନ
କୋରୁକୋଣ୍ଡା ୧୧/୦୯/୨୦୨୧ କଳିଙ୍ଗ ଜ୍ୟୋତି: କ୍ରସର ର ଭାରି ଟ୍ରକ ଏବଂ ଟିପର ଗୁଡିକ ଯାତାୟାତ କରିବା ଫଳରେ ୧୫ ଦିନରେ ରାସ୍ତା ଦବି ହେଲା ଖାଲଖମା। ସବୁ ଜାଣି କିନ୍ତୁ ପ୍ରଶାସନ ନୀରବ। ତେବେ ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସି କୁ ଲାଗି ରହିଛି ଏମଭି-୫୧ କ୍ରସର। ପ୍ରତ୍ୟେକ ଦିନ ଏହି କ୍ରସର ରୁ ଭାରି ଯାନ ଗୁଡିକ ବାଲିମେଳା-ଚିତାପାରି ବ୍ରିଜ ଦେଇ ୟୁଜେଏମ୍ଇ ସ୍କୁଲ ଛକ ଠାରୁ ରଥ ଛକ କୁ ବାହାରି ମେନ ରୋଡ଼ ଦେଇ ଯା ଆସ କରେ। ପୂର୍ବରୁ ଏହି ଚିତାପାରି ବ୍ରିଜ ନିର୍ମାଣ ହୋଇ ନଥିବା ହେତୁ କ୍ରସରର ଭାରି ଯାନ ଗୁଡିକ ସୋରଲୁକୋଣ୍ଡା ବ୍ରିଜ ଦେଇ ଯାତାୟାତ କରୁଥିଲା।
ତେବେ ବର୍ଷ ବର୍ଷ ଧରି ସେହି ସୋରଲୁକୋଣ୍ଡା ବ୍ରିଜ ଦେଇ ଭାରି ଯାନ ଗୁଡିକ ଯିବା ଫଳରେ ବ୍ରିଜ ର ପିଲର ଗୁଡିକ ରେ ଫାଟ ସୃଷ୍ଟି ହେଉଥିବା ଦେଖିଲା ଇରିଗେସନ ବିଭାଗ। ପରେ ସୋରଲୁକୋଣ୍ଡା ବ୍ରିଜ ଉପରେ ଭାରି ଯାନ ଯିବା ନିଷେଧ ବୋଲି ଏକ ଫଳକ ମାରିବା ସହ ପୋଲ ଉପରେ ଏକ ଫାଟକ ମଧ୍ୟ ନିର୍ମାଣ କଲା। ତେବେ ଗତ କିଛି ମାସ ଧରି ଏହି କ୍ରସର ବନ୍ଦ ରହିବା ଫଳରେ ଭାରି ଯାନ ଗୁଡିକର ଯାତାୟାତ ବନ୍ଦ ରହିଥିଲା। ବର୍ତ୍ତମାନ କ୍ରସର ଚାଲୁ ହେବା ପରେ ଏହି ବାଲିମେଳା-ଚିତାପାରି ବ୍ରିଜ ଦେଇ ଗାଡି ଗୁଡିକ ପ୍ରତ୍ୟେକ ଦିନ ଯା ଆସ କରୁଛି। ତେଣୁ ବାଲିମେଳା ଏନଏସି ର ୟୁଜେଏମ୍ଇ ସ୍କୁଲ ଛକ ଠାରୁ ଆରମ୍ଭ କରି ରଥ ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା। ପ୍ରତ୍ୟେକ ଦିନ ଆହତ ର ଶିକାର ହେଉଛନ୍ତି ବାଇକ ଚାଳକ। କାର ଗୁଡିକ ମଧ୍ୟ ଏହି ରାସ୍ତା ଦେଇ ଆଉ ଯା ଆସ କରିପାରୁନାହିଁ। ଆଜି ମଧ୍ୟ କ୍ରସର ରୁ ମେଟାଲ ନେଇ ଏକ ଟିପର ଗାଡି ଟି ଏହି ରାସ୍ତା ଦେଇ ଯିବା ସମୟରେ ଗାଡି ଟି ଅଧା ବାଟରେ ଦବି ଏକ ବୃହତ ଗର୍ତ୍ତ ସୃଷ୍ଟି ହୋଇଥିଲା।
ଫଳରେ ବହୁ ସମୟ ଧରି ଲୋକଙ୍କ ଯିବା ଆସିବା ରେ ବାଧାପ୍ରାପ୍ତ ହୋଇଥିଲା। ସୂଚନା ଥାଉ କି ପୂର୍ବରୁ ମଧ୍ୟ ଏହି ଏମଭି-୫୧ କ୍ରସର ର ଭାରି ଯାନ ଗୁଡିକ ଯାତାୟାତ କରିବା ଫଳରେ ଚିତାପାରି ଛକ ଠାରୁ ଆରମ୍ଭ କରି ଏମଭି-୫୧ ପର୍ଯ୍ୟନ୍ତ ହୋଇଥିବା କୋଟି କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ସଡକ ଯୋଜନା ଖାଲ ଖମା ରେ ରାସ୍ତା ପରିପୂର୍ଣ୍ଣ ହୋଇ ମରଣଯନ୍ତା ପାଲଟିଥିଲା। ତେବେ ପୁଣି ସେହିଭଳି ସମାନ ଅବସ୍ଥା ଦେଖିବାକୁ ମିଳିଛି ବାଲିମେଳା ଏନଏସିରେ। ତେବେ ତୁରନ୍ତ ଯଦି ଏନଏସି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦିଏ ତାହେଲେ ଆଗାମୀ ଦିନରେ ଏନଏସି ର ନିର୍ମାଣ ହୋଇଥିବା ରାସ୍ତା ଗୁଡିକ ଦବି ଖାଲ ଖମା ହୋଇ ଲୋକେ ପଡି ଆହତ ହେବା ସହ ମୃତ୍ୟୁ ମୁଖରେ ପଡିବା ନେଇ ଅନୁମେୟ କରାଯାଉଛି। ତେବେ ଏନେଇ ଆମେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଙ୍କୁ ପଚାରିବାରୁ ସେ ଏନେଇ ତୁରନ୍ତ ଚିତାପାରି ବ୍ରିଜ ର ଉଭୟ ପାର୍ଶ୍ୱରେ ଭାରି ଯାନ ନିଷେଧ ନିମନ୍ତେ ବ୍ୟାରିକେଟ ନିର୍ମାଣ କରିବେ ଯାହାଫଳରେ ଆଉ ଏହି ଭାରି ଯାନ ଗୁଡିକ ଆସିପାରିବ ନାହିଁ ବୋଲି ସୂଚନା ଦେଇଥିଲେ।