କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୫/୦୭:କରୋନା ମହାମାରୀ ଯୋଗୁଁ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କରୋନାକୁ ହରାଇବା ପାଇଁ ସବୁଠାରୁ ଶସ୍ତା ଔଷଧ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଏହାକୁ ବଜାରକୁ ଆଣିବା ପାଇଁ ଏକ ଫାର୍ମାସ୍ୟୁଟିକାଲ କର୍ମ୍ପନୀକୁ ଡିସିଜିଆଇରୁ ମଧ୍ୟ ଅନୁମତି ମିଳିସାରିଛି ।
ଭାରତର ପ୍ରସିଦ୍ଧ ଔଷଧ ନିର୍ମାତା କଂପାନୀ ସିପ୍ଲା ଆଣିଲା ନୂଆ କୋଭିଡ19 ନିରାକରଣ ଔଷଧ। ଯାହାର ନାମ ରହିଛି ଫାଭିପିରାଭିର, ହେଲେ ଏହା ସିପ୍ଲେଞ୍ଜା ବ୍ରାଣ୍ଡ ନାମରେ ବଜାରରେ ଉପଲବ୍ଧ ହେବ। ଏହା ଟାବଲେଟ୍ ଭାବେ ବଜାରରେ ମିଳିବ। ଏଥିପାଇଁ ପ୍ରାରମ୍ଭିକ ସ୍ତରରେ କଂପାନୀ ଗୋଟିଏ ଟାବଲେଟ୍ ଦାମ ୬୫ ଟଙ୍କା ରଖିଛି। ଏହି ଔଷଧକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମତି ପ୍ରଦାନ କରିଛନ୍ତି।
ତେବେ ଏହି ଔଷଧର ଗୋଟିଏ ଟାବଲେଟ ପିଛା ମାତ୍ରା ୬୫ ଟଙ୍କା ରହିଛି । ଏହି ଔଷଧର ନାମ ଫାଭିଟନ ହୋଇଥିବା ବେଳେ ବିଟ୍ରେନର ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ଏହାକୁ ପ୍ରସ୍ତୁତ କରାଯାଇଛି । କମ୍ପାନୀ ଦାବି କରିଛି ଯେ, ଏହା ଏକ ଆଣ୍ଟିଭାଇରାଲ ଔଷଧ ଯାହାକି କରୋନା ଭାଇରସରୁ ଲଢିବା ପାଇଁ ଆକ୍ରାନ୍ତ ରୋଗୀଙ୍କୁ ସାହାର୍ଯ୍ୟ କରିବ । ଏହି ଔଷଧ ବଜାରରେ ଫାଭିପିରାଭିର ନାମରେ ମଧ୍ୟ ବିକ୍ରି ହୁଏ ।
ଏହି ଔଷଧ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ବଜାରରେ ଉପଲବ୍ଧ ହେବ ବୋଲି କଂପାନୀ ତରଫରୁ କୁହାଯାଇଛି। ସିପ୍ଲାଞ୍ଜା ଟାବଲେଟ ଯେପରି ବଜାରରେ ଅଭାବ ସୃଷ୍ଟି ହେବ ନାହିଁ ସେଥିପାଇଁ କଂପାନୀ ତରଫରୁ ବନ୍ଦୋବସ୍ତ କରାଯାଇଛି।