![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/rsth.jpg?resize=300%2C168)
କଳିଙ୍ଗ ଜ୍ୟୋତି ବ୍ରହ୍ମପୁର ୨୮/୦୬:ଗଞ୍ଜାମରେ ବଢ଼ିଚାଲିଛି କରୋନାର କାୟା। ଗୋଟିଏ ପଞ୍ଚାୟତରେ ୩ ଦିନରେ କରୋନା ନେଲାଣି ୩ ଜଣଙ୍କ ଜୀବନ। ଧରାକୋଟ ବ୍ଲକ ଜାହାଡା ପଞ୍ଚୟତରେ ଘଟିଛି ଏହି ଘଟଣା। ଧରାକୋଟ ବ୍ଲକ ଉପାଧ୍ୟକ୍ଷଙ୍କ ସହ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।
ଏହି ଘଟଣା ପରେ ଏବେ ଜାହାଡା ପଞ୍ଚାୟତକୁ ସଟ୍ଡାଉନ୍ ଘୋଷଣା କରାଯାଇଛି। ପଞ୍ଚାୟତକୁ ୬ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ।
ଧରାକୋଟ ବ୍ଲକ ଉପାଧ୍ୟକ୍ଷ ଭଗବାନ ସ୍ଵାଇଁ ଅସୁସ୍ଥତା ହେତୁ ବ୍ରହ୍ମପୁରସ୍ଥିତ ଏମ୍କେସିଜିରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା ୨୫ ତାଙ୍କର ମୃତ୍ୟୁ ହୋଇଥିଲା। ରିପୋର୍ଟ ପଜିଟିଭ ଆସିଥିବାରୁ ସରକାରୀ ଗାଇଡଲାଇନ ଅନୁଯାୟୀ ଶବ ସତ୍କାର କରାଯାଇଥିଲା। ଏହା ପୂର୍ବରୁ ସେହି ପଞ୍ଚାୟତରେ ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।