କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭: ଭାରତରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଆମେରିକା ଓ ବ୍ରାଜିଲ୍ ପରେ ଭାରତରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ସାଢେ ଛଅ ଲକ୍ଷ ପାର୍ କରିସାରିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଏପର୍ଯ୍ୟନ୍ତ ୬ ଲକ୍ଷ ୭୩ ହଜାର ୧୬୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେହିପରି ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୯ ହଜାର ୨୬୮ କୁ ବୃଦ୍ଧି ହୋଇଛି । ସେହିପରି ୪ ଲକ୍ଷ ୯୦ ହଜାର ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ ସଂଖ୍ୟକ ୨୪ ହଜାର ୮୫୦ ନୂତନ ପଜିଟିଭ୍ ମାମଲା ସାମ୍ନାକୁ ଆସିଥିବାବେଳେ 613ଜଣଙ୍କର ମୃତ୍ୟୁ ହୋଇଛି ।
ଅପରପକ୍ଷରେ ଦେଶରେ ରିକଭରୀ ବା ସୁସ୍ଥ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଦେଶରେ ରିକଭରୀ ବା ସୁସ୍ଥ ରେଟ୍ ୬୦.୭୭ ପ୍ରତିଶତରେ ପହଞ୍ଚିଛି।
ଦେଶରେ କରୋନା ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ଆଗରେ ରହିଛି। ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା ୮୬୭୧ ରେ ପହଞ୍ଚିଥିବାବେଳେ ଦିଲ୍ଲୀରେ ୩୦୦୪, ମଧ୍ୟପ୍ରଦେଶରେ ୫୯୮, ଗୁଜୁରାଟରେ ୧୯୨୫, ତାମିଲନାଡୁରେ ୧୪୫୦, ରାଜସ୍ଥାନରେ ୪୪୭ ଜଣଙ୍କର ମୃତ୍ୟୁ ଘଟିଛି ।