![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ସମ୍ବଲପୁର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୨/୦୭ : ଗାଁର ନାଁ ‘ରଙ୍ଗବତୀ’ – ଏହା କୌଣସି ସଂଳାପ ନୁହେଁ ବରଂ ଏକ ଗାଁର ନାମ, ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ‘ବିଲୁଙ୍ଗ’ କୁ ‘ରଙ୍ଗବତୀ’ ଗାଁ ନାଁରେ ନାମିତ କରାଯାଇଛି। ‘ବିଲୁଙ୍ଗ’ ନାଁରେ ନାମିତ ଗାଁ ବିଶ୍ଵପ୍ରସିଦ୍ଧ ଲୋକଗୀତ ‘ରଙ୍ଗବତୀ’ ନାଁରେ ନାମିତ ହୋଇଛି ଗାଁ। ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ ବିଲୁଙ୍ଗକୁ ରଙ୍ଗବତୀ ନାମରେ ନାମିତ କରାଯାଇ ‘ରଙ୍ଗବତୀ ବିଲୁଙ୍ଗ’କୁ ପରିବର୍ତ୍ତନ କରାଯାଇଛି। ‘ରଙ୍ଗବତୀ’ ଆଉ କେବଳ ଏକ ଗୀତର ନାମ ନୁହେଁ ଏକ ଗ୍ରାମର ନାମ ମଧ୍ୟ ପାଲଟି ଯାଇଛି। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିବା ପରେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।
![](https://i0.wp.com/kalingajyoti.com/wp-content/uploads/2020/07/rangabati.jpg?resize=753%2C1024&ssl=1)
ଏହା ପରେ ସମ୍ବଲପୁର ଜିଲାବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସମ୍ବଲପୁର ଜିଲାର ବାମରା ତହସିଲ ଅଧୀନରେ ରହିଛି ବିଲୁଙ୍ଗ ଗ୍ରାମ। ଏହି ଗାଁର ଗୀତିକାର ମିତ୍ରଭାନୁ ଗୌନ୍ତିଆ ରଙ୍ଗବତୀ ଗୀତ ଲେଖିଥିଲେ, ଯାହା ସାରା ବିଶ୍ଵରେ ପ୍ରସିଦ୍ଧି ଲାଭ କରିବା ସହିତ ଓଡ଼ିଶାକୁ ଏକ ନୂଆ ପରିଚୟ ଦେଇଛି। ୨୦୦୪ ମସିହାରୁ ଗୀତିକାରଙ୍କ ଗାଁ ବିଲୁଙ୍ଗକୁ ରଙ୍ଗବତୀ ନାମରେ ନାମିତ କରିବାକୁ ଦାବି କରାଯାଇ ଆସୁଥିଲା। ପରବର୍ତ୍ତୀ ସମୟରେ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟରୁ ଏନଓସି ମିଳିବା ପରେ ବିଲୁଙ୍ଗ ଗାଁର ନାଁ ‘ରଙ୍ଗବତୀ ବିଲୁଙ୍ଗ’କୁ ପରିବର୍ତ୍ତନ କରାଯାଇଥିବା ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ରଙ୍ଗବତୀ ହେଉଛି ଓଡ଼ିଶାର ଏକ ବହୁ ପରିଚିତ ଗୀତ। ଏହି ଗୀତ ଗାଇଥିବା କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲଙ୍କୁ ୨୦୧୭ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଜିତେନ୍ଦ୍ରଙ୍କ ସହ ଗୀତଟିକୁ ଗାଇଥିଲେ କ୍ରିଷ୍ଣା ପଟେଲ୍। ଏହି ଗୀତର ସଂଗୀତ ଦେଇଥିଲେ ଦିବଗଂତ ପ୍ରଭୁଦତ୍ତ ପ୍ରଧାନ ଓ ଗୀତଟିକୁ ଲେଖିଥିଲେ ମିତ୍ରଭାନୁ ଗୌନ୍ତିଆ।
ଏହି ଗୀତଟିକୁ ପ୍ରଥମେ ୧୯୭୫-୭୬ ମସିହାରେ ଅଲ୍ ଇଣ୍ଡିଆ ରେଡିଓ ସମ୍ବଲପୁରରେ ରେକର୍ଡ କରାଯାଇଥିଲ। ଏହି ଗୀତକୁ ବହୁଳ ଗ୍ରହଣୀୟତା ମିଳିବା ପରେ ୧୯୭୬ ମସିହାରେ ଇଣ୍ଡିଆନ୍ ରେକର୍ଡ ମାନୁଫ୍ୟାକ୍ଚରିଂ କମ୍ପାନି ଲିମିଟେଡ୍ ଏହାକୁ ଡିସ୍କ୍ ଫର୍ମାଟରେ ରେକର୍ଡ କରିଥିଲା। ଏହି ଡିସ୍କଟି ୧୯୭୮-୭୯ ମସିହାରେ ରିଲିଜ୍ ହୋଇଥିଲା।ସେ ସମୟରେ ଦୂରଦର୍ଶନ, ସମ୍ବଲପୁରରେ ଏହି ଗୀତକୁ ନେଇ ଏକ ଘଣ୍ଟାର ଡକ୍ୟୁମେଣ୍ଟାରି ପ୍ରସାରଣ କରାଯାଇଥିଲା। ରଙ୍ଗବତୀ ଏବେ ଆଉ ଖାଲି ଏକ ଗୀତ ହୋଇ ନାହିଁ। ଏହା ଏବେ ଆମ ମନୋରମ ସଂସ୍କୃତିର ଏକ ଅଂଶ ପାଲଟି ସାରିଛି। ରଙ୍ଗବତୀ ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ରେ ମଧ୍ୟ ବେଶ ପରିଚିତ।