ନୂଆଦିଲ୍ଲୀ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୫-୦୯-୨୦ : ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗ ଲାଗୁ କରିଛନ୍ତି ନୂଆ ନିୟମ। ତାହା ହେଲା ସମସ୍ତ ବାହାନ ଉପରୁ ଟାମ୍ପର ପ୍ରୁଫ୍ ହାଇ ସିକ୍ୟୁରିଟି ରେଜିଷ୍ଟେ୍ରସନ୍ ପ୍ଲେଟ୍ (HSRP) ଓ କଲର କୋଡ୍ ଥିବା ଷ୍ଟିକର ଲଗାଇବା ବାଧ୍ୟତାମୂଳକ କରିଦିଆଯାଇଛି। ପରିବହନ ବିଭାଗ ଦ୍ବାରା ଜାରି ଏକ ସୂଚନା ଅନୁସାରେ, ୧ ଅପ୍ରେଲ ୨୦୧୯ ପରେ ସମସ୍ତ ବାହନ ଉପରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ କଲର କୋଡ୍ ଥିବା ଷ୍ଟିକର ଲଗାଇବା ଜରୁରୀ ହେବ। ନିର୍ଦେଶ ଅନୁସାରେ, ଯଦି ଏହି ଦୁଇଟି ଜିନିଷ ଗାଡିରେ ନଥାଏ ତେବେ ଗାଡି ମାଲିକଙ୍କୁ ମୋଟା ଅଙ୍କର ଜରିମନା ଦେବାକୁ ପଡିବ। ଏଥିପାଇଁ ଜରିମାନା ୫୦୦୦ ରୁ ନେଇ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ। ଦିଲ୍ଲୀର ବର୍ତ୍ତମାନ ସମୟରେ ଥିବା ପ୍ରାୟ ୭୦ ପ୍ରତିଶତ ଘରୋଇ ବାହାନ ଥିବା ବେଳେ ୪୦ ଲକ୍ଷ ପାଖାପାଖି ଦୁଇ ଚକିଆ ଯାନ ରହିଛି। ସେଭଳି ୨୫ ଲକ୍ଷରୁ ଅଧିକ ୪ ଚକିଆ ବାହନ ରହିଛି।
ସବୁଠାରୁ ପ୍ରଥମେ ଜାଣି ନିଅନ୍ତୁ ଏହି (HSRP) ଓ କଲର ଷ୍ଟିକରର ଅର୍ଥ କ’ଣ? HSRP ହୋଲୋଗ୍ରାମ ପ୍ଲେଟ ଅଟେ, ଯାହାକି ଏକ ସ୍ଥାୟୀ ପରିଚୟ ସଂଖ୍ୟା ଓ ଲେଜର-ବ୍ରାଣ୍ଡିଂ ଜରିଆରେ ତିଆରି କରାଯାଇଥାଏ। ଏହାକୁ କପି କରିହେବନି। ସେଭଳି କଲର ଷ୍ଟିକର ଆପଣଙ୍କର ଗାଡିର ଇନ୍ଧନର ସୂଚନା ଦେବ, ଯେପରିକି ହାଲକା ନୀଳ ରଙ୍ଗର ଅର୍ଥ ପେଟ୍ରୋଲ ଓ ସିଏନଜିର ଗାଡି, ଅରେଞ୍ଜ ରଙ୍ଗର ଅର୍ଥ ଡିଜେଲ ଗାଡି। ଏହି ଷ୍ଟିକର ଉପରେ ମଧ୍ୟ ରେଜିଷ୍ଟେ୍ରସନ୍ ନମ୍ବର ଭଳି କିଛି ଡିଟେଲ ରହିଥାଏ।