ଗାନ୍ଧୀନଗର: ଗୁଜୁରାଟର ଦୁଇଟି ଯାକ ରାଜ୍ୟସଭା ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ବିଜୟଲାଭ କରିଛନ୍ତି। ଦଳୀୟ ପ୍ରାର୍ଥୀ ଦୀନେଶଚାମଦ୍ରା ଜେମଲଭାଇ ଅନନଭାଦିଆ ଏବଂ ରାମଭାଇ ହରଜୀଭାଇ ମୋକାରିଆ ଉଭୟ ରାଜ୍ୟସଭା ଆସନରେ ଜିତିଛନ୍ତି।
ଉଲ୍ଲେଖଯୋଗ୍ୟ, କଂଗ୍ରେସ ସାଂସଦ ଅହମ୍ମଦ ପଟେଲ ଏବଂ ବିଜେପି ସାଂସଦ ଅଭୟ ଗଣପାତରାୟଙ୍କ ଦେହାନ୍ତ ପରେ ଏହି ଦୁଇଟି ଆସନ ଖାଲି ପଡିଥିଲା।