କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୮: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିଳମ୍ବିତ ରାତିରେ ହିଁ ଶାହାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ତଦାରଖ କରୁଛି ।
ନିକଟରେ ଅମିତ ଶାହା କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ । କୁହାଯାଉଛି ଯେ, ଗତକାଲି ରାତି ପ୍ରାୟ ୨ଟାରେ ଅମିତଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଏକ ଡାକ୍ତରୀ ଦଳ ତାଙ୍କର ନିରୀକ୍ଷଣ କରୁଛନ୍ତି । ନିକଟରେ ଅମିତ୍ ଶାହା କରୋନାକୁ ମାତ୍ ଦେଇଥିବାବେଳେ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଡକ୍ଟର ରଣଦୀପ ଗୁଲେରିଆଙ୍କ ଅଧ୍ୟକ୍ଷତାରେ ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି ।
ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଗତକାଲି ରାତ୍ରି 2ଟା ସମୟରେ ଏମ୍ସ୍ରେ ଭର୍ତ୍ତି କରାଯାଇଛି । ତାଙ୍କୁ ପୁରୁଣା ପ୍ରାଇଭେଟ୍ ଓ୍ବାର୍ଡରେ ରଖଶଯାଇଛି । ତାଙ୍କ ନିକଟରେ ହାଲ୍କା ଜ୍ବର ରହିଥିବାର ଜଣାପଡିଛି ।
ସୂଚନାଯୋଗ୍ୟ, ଅଗଷ୍ଟ 14ରେ ଶାହାଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହା ପରେ ମେଦାନ୍ତ ହସ୍ପିଟାଲରୁ ଆସି ହୋମ୍ ଆଇସୋଲେସନ୍ରେ ରହିଥିଲେ ଶାହା ।
ଏ ନେଇ ଏମ୍ସ ପକ୍ଷରୁ ଏକ ବିଜ୍ଞପ୍ତି ଜାରୀ କରାଯାଇଛି। AIIMS ବିଜ୍ଞପ୍ତିରେ କୁହାଯାଇଛିଯେ, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଆରାମଦାୟକ ଅଛି ଏବଂ ସେ ହସ୍ପିଟାଲରୁ ତାଙ୍କର କାର୍ଯ୍ୟ ଜାରି ରଖିଛନ୍ତି।