ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର, ଏୟାର ଆମ୍ବୁଲାନ୍ସରେ ହାଇଦ୍ରାବାଦ ସ୍ଥାନାନ୍ତର
ଭୁବନେଶ୍ବର ୧୧/୧୨/୨୦୨୧ କଳିଙ୍ଗ ଜ୍ୟୋତି : ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ଵରରୁ ଏୟାର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି ।
ସୂଚନାନୁଯାୟୀ, ଶୁକ୍ରବାର ବିଧାୟକ ବଦ୍ରି ନାରାୟଣ ପାତ୍ର ତାଙ୍କର ଭୁବନେଶ୍ଵର ସ୍ଥିତ ସରକାରୀ ବାସଭବନରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା କରିବା ପରେ ତାଙ୍କ ହାର୍ଟରେ ଦୁଇଟି ଆଟେରି ବ୍ଲକେଜ୍ ଥିବା ଜଣା ପଡିଥିଲା। ତେବେ ବଦ୍ରି ନାରାୟଣଙ୍କର ତୁରନ୍ତ ଅସ୍ତ୍ରପ୍ରଚାର କରାଯାଇ ଦୁଇଟି ଷ୍ଟେନ୍ ଲଗାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ଆଭ୍ୟନ୍ତରୀଣ ବ୍ଲିଡିଂ ସମସ୍ୟା ଯୋଗୁଁ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଆହୁରି ଅଧିକ ବିଗିଡିବାରେ ଲାଗିଛି।