![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୫/୦୭: ଚାଇନାର ଆପ୍ ଟିକ୍ଟକ୍ ବନ୍ଦ ହେବା ପରେ ଏବେ ଦେଶୀ ଆପ୍ ଉପରେ ସମସ୍ତଙ୍କର ନଜର। ଏହାଦ୍ୱାରା ଭାରତୀୟ କମ୍ପାନୀଙ୍କର ରୋଜଗାରର ବାଟ ମଧ୍ୟ ଫିଟି ଯାଇଛି। ଟିକ୍ଟକ୍ ଭଳି ଫିଚର୍ସ ଥିବା ଆପ୍ଲିକେଶନକୁ ଲୋକେ ବେଶି ପସନ୍ଦ କରୁଛନ୍ତି। ଏବେ ଭାରତର ପ୍ରମୁଖ ଆପ୍ ରୋପୋସୋ ଓ ଚିଙ୍ଗାରିକୁ ଦେଖୁ ଦେଖୁ ଲୋକେ ଡାଉନଲୋଡ୍ କରୁଥିବା ଦେଖାଯାଉଛି। ତେବେ ଟିକ୍ଟକ୍ ନିଷେଧ ହେବା ପରେ ୨ ଦିନ ମଧ୍ୟରେ ରୋପୋସୋ ୨.୨କୋଟି ଡାଉନ୍ଲୋଡ ହୋଇଥିବା ଜଣାପଡିଛି।
![](https://i0.wp.com/kalingajyoti.com/wp-content/uploads/2020/07/roposo-app-5efb0cd682834-1593511126-1.jpg?resize=900%2C506)
ଅନ୍ୟପଟେ ଏବେ ଲୋକପ୍ରିୟ ହୋଇଥିବା ଚିଙ୍ଗାରି ଆପକୁ ମଧ୍ୟ ୧.୧ କୋଟି ଲୋକ ଡାଉନ୍ଲୋଡ କରି ସାରିଲେଣି। ଟିକ୍ଟକ୍ ବନ୍ଦ ହେବା ଘୋଷଣା କରାଯିବାର ମାତ୍ର ୩୦ ମିନିିଟ୍ ମଧ୍ୟରେ ପ୍ରାୟ ୧୦ ଲକ୍ଷ ଲୋକ ଚିଙ୍ଗାରି ଆପ୍ ଡାଉନ୍ଲୋଡ କରିଥିବା ଦେଖାଯାଇଥିଲା। ତେବେ ୩୦ ଜୁନ ସନ୍ଧ୍ୟା ୫ରୁ ରାତି ୯ ଟା ମଧ୍ୟରେ ପ୍ରତି ଘଣ୍ଟାରେ ଚିଙ୍ଗାରି ଆପକୁ ୬ ଲକ୍ଷ ଥର ଡାଉନ୍ଲୋଡ କରାଯାଇଛି। କିନ୍ତୁ ପୂର୍ବ ରେକର୍ଡକୁ ଦେଖିଲେ ଚିଙ୍ଗାରି ଆପ୍ ଲଞ୍ଚ ହେବାର ଦେଢ ବର୍ଷ ପରେ ବହୁ କଷ୍ଟରେ ୧ ଲକ୍ଷ ଥର ଡାଉନ୍ଲୋଡ ହୋଇଥିଲା। ଏବେ ଏହା ଖୁବ୍ଘଶୀଘ୍ର ୧୦ କୋଟି ଅତିକ୍ରମ କରିବ ବୋଲି ଅନୁମାନ କରାଯାଇଛି ।
![](https://kalingajyoti.com/wp-content/uploads/2020/07/07fdd1bb-48a6-46ec-a6ed-bd0749a4458f-1024x576.jpg)