କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭: ଦୀର୍ଘ ସମୟରୁ ଭାରତ-ଚୀନ ସୀମାରେ ଚୀନ ପକ୍ଷରୁ ଅନୁପ୍ରବେଶ ଉଦ୍ୟମ ଜାରି ରହିଛି। ଏବେ ଭାରତ ଚୀନକୁ ତାରି ଚାଲ୍ରେ ଘେରିବାରୁ ଚୀନ ବିଳିବିଳେଇବାରେ ଲାଗିଛି ଏବଂ ନିଜର ସେନା ଜୁଟାଇବାରେ ଲାଗିଛି। ଉଲ୍ଲେଖନୀୟ ଭାରତର ଏକ ଗୁଇନ୍ଦା ସାଟେଲାଇଟ୍ ନିକଟରେ ଚୀନ ଅଧିକୃତ ତିବ୍ବତ ଉପରେ ଚକ୍କର ମାରୁଛି।
ଏହି ସାଟେଲାଇଟ୍ ଗୁରୁତ୍ଵପୂର୍ଣ୍ଣ ସୂଚନା ସଂଗ୍ରହ କରିଛି। ଏହା ପରେ ଚୀନରେ ଚାଞ୍ଚଲ୍ୟ ଖେଳି ଯାଇଛି।ଭାରତର ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ (ଡିଆରଡିଓ)ର ଏହି ସାଟେଲାଇଟ୍ ଇଏମଆଇଏସଏଟି ବିଭିନ୍ନ ତଥ୍ୟ ସଂଗ୍ରହ କରିଥାଏ। ଏହି ସାଟେଲାଇଟରେ ଇଲେକ୍ଟ୍ରୋନିକ୍ସ ଇଣ୍ଟେଲିଜେନ୍ସ ସିଷ୍ଟମ (କ୍ୟାଟିଲ୍ପ) ଲାଗିଛି। ଏହି ଉପକରଣ ପ୍ରତିରକ୍ଷା ସାମଗ୍ରୀ ବାବଦରେ ତଥ୍ୟ ଏକତ୍ର କରିବାରେ ସିଦ୍ଧ ହସ୍ତ। ନିକଟରେ ଏହି ସାଟେଲାଇଟ ଅରୁଣାଚଳ ପ୍ରଦେଶ ପାଖରେ ଥିବା ତିବ୍ବତ (ଚୀନ୍ ଦଖଲରେ ଥିବା) ଉପରେ ଯାଇଥିଲା ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଯାହାକୁ ଦେଖି ପିପୁଲ୍ସ ଲିବରେଶନ ଆର୍ମି ଏବେ ଛାନିଆ ହୋଇଛି।
ଭାରତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା(ଡିଆରଡିଓ)ର ଏହି ସାଟେଲାଇଟ୍ ଏମିସାଟ (EMISAT) ଗୁଇନ୍ଦା ସୂଚନା ସଂଗ୍ରହରେ କାମ କରୁଛି। ଏଥିରେ ଏକ ELINT ଅର୍ଥାତ ଇଲେକ୍ଟ୍ରୋନିକ ଇଣ୍ଟେଲିଜେନ୍ସ ସିଷ୍ଟମ କୌଟିଲେ ଖଞ୍ଜା ଯାଇଛି। ଏହା ପ୍ରତିରକ୍ଷା କ୍ଷେତ୍ରକୁ ଗୁରୁତ୍ଵପୂର୍ଣ୍ଣ ସୂଚନା ଦେବାରେ ସକ୍ଷମ। ଏକ ଅଧିକାରୀ ସୂତ୍ର ଅନୁଯାୟୀ ଏହି ସାଟେଲାଇଟ୍ ନିକଟରେ ଅରୁଣାଚଳ ପ୍ରଦେଶ ନିକଟସ୍ଥ ତିବ୍ବତର ସେହି ଅଞ୍ଚଳ ଉପରେ ଚକ୍କର କାଟୁଛି, ଯେଉଁଠି ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ)ର କବ୍ଜାରେ ରହିଛି।
ଶତ୍ରୁର ରେଡିଓ ସିଗ୍ନାଲକୁ ପଢି ନିଏ ଭାରତର କୌଟିଲ୍ୟ
ଇସ୍ରୋ ଦ୍ଵାରା ନିର୍ମିତ ଏମିସାଟର ELINT ସିଷ୍ଟମ ଶତ୍ରୁ ଅଞ୍ଚଳରେ ଟ୍ରାନ୍ସମିଶନ ପାଇଁ ବ୍ୟବହୃତ ରେଡିଓ ସିଗ୍ନାଲକୁ ପଢି ନେଇଥାଏ। ଲଦାଖର ପେଙ୍ଗଙ୍ଗ ସ ହ୍ରଦର ଫିଙ୍ଗର ୪କୁ ନେଇ ଭାରତ-ଚୀନ ମଧ୍ୟରେ ଆଲୋଚନା ଫଳାଫଳଶୂନ୍ୟ ହେବାର ଗୋଟିଏ ଦିନ ପରେ ଏହି ସାଟେଲାଇଟ୍ ତିବ୍ବତ ଉପରେ ଉଡିବା ଚୀନରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏବେ ଦୁଇ ଦେଶ ଲଦାଖ ବିବାଦରେ ଆଲୋଚନା କରିବାକୁ ପ୍ରସ୍ତୁତ।
ସୂତ୍ର ମୁତାବକ ଚୀନ ଡେସପାଙ୍ଗ ସେକ୍ଟରରେ ମଧ୍ୟ ନିଜର ସୈନିକ ଠୁଳ କରିଛି। ଚୀନ ସୈନିକଙ୍କୁ ଏଲଏସି ନିକଟରେ ଗାଡ ଖୋଳୁଥିବା ଦେଖିବାକୁ ମିଳିଛି। ଏହା ପୂର୍ବରୁ ପିଏଲଏ ୨୦୧୩ରେ ମଧ୍ୟ ଡେସପାଙ୍ଗରେ ଅନୁପ୍ରବେଶ କରିଥିଲେ। ଶୁକ୍ରବାର ସୂତ୍ର ଅନୁଯାୟୀ ଭାରତର ରାଡାର ସାଟେଲାଇଟ୍ RISAT-2BR1 ଚୀନର ପିପୁଲ୍ସ ଲିବେରେସନ ଆର୍ମି ନେଭି(ପିଏଲଏଏନ)ର ଜିବୁତି ବେସ୍(ଆଫ୍ରିକା) ଉପରେ ଚକ୍କର ମାରୁଥିଲା। ଜିବୁତି ନେଭି ବେସ୍ ଚୀନର ଏକ ମାତ୍ର ବେସ୍, ଯାହା ଦେଶ ବାହାରେ ରହିଛି।