ଚୀନ୍ ସାରା ବିଶ୍ୱରେ ନିଜ ପତିଆରା ଜାହିର କରିବା ପାଇଁ କୋଭିଡ୍-୧୯କୁ ଅସ୍ତ୍ର କରିଥିଲା : ଭୟାବହତା ନେଇ ତଥ୍ୟ ଲୁଚାଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।
ନୂଆଦିଲ୍ଲୀ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି), ୧୨ା୭ : ସମ୍ପୂର୍ଣ୍ଣ ବିଶ୍ୱରେ ନିଜ ପତିଆରାକୁ ଜାହିର କରିବା ପାଇଁ କୋଭିଡ୍-୧୯ ଭୂତାଣୁକୁ ଅସ୍ତ୍ର କରିଥିଲା ଚୀନ୍ । ଜାଣିଶୁଣି ବିଶ୍ୱ ସମୁଦାୟକୁ ଏହି ତଥ୍ୟ ଅତ୍ୟନ୍ତ ବିଳମ୍ବରେ ଚୀନ୍ ପ୍ରଦାନ କଲା । କରୋନା କାୟାରେ ସମଗ୍ର ବିଶ୍ୱ ଛଟପଟ । ତେବେ ଅତୀତରେ ଚୀନ୍ ଜାଣିଶୁଣି କରୋନା ଭୂତାଣୁ ସମ୍ପର୍କରେ ତଥ୍ୟ ଲୁଚାଉଥିବା ଅଭିଯୋଗରେ ବେଜିଂ ଏବେବି ସନ୍ଦେହ ଘେରରେ ରହିଛି । ସେହିପରି କରୋନା ଭୂତାଣୁ ସମ୍ପର୍କରେ ଉହାନର ତତ୍କାଳୀନଡାକ୍ତର ଲି ୱେନ୍ଲିଆଙ୍ଗ ତଥ୍ୟ ଦେବାରୁ ତାଙ୍କୁ ଚୀନ୍ ହତ୍ୟା କରିଥିବା ମଧ୍ୟ ତଥ୍ୟ ସାମ୍ନାକୁ ଆସିଥିଲା । ତେବେ କରୋନା ପେଡିରେ ଆଜି ଯେଉଁ ବିସ୍ଫୋରକ ତଥ୍ୟ ସାମ୍ନାକ ଆସିଛି ଏହା ଚୀନ୍ର ଅସଲ ମୁଖା ଖୋଲିଦେବ ।
ହଂକଂ ସ୍କୁଲ ଅଫ୍ ପବ୍ଲିକ ହେଲ୍ଥର ଭୂତାଣୁ ବିଭାଗ ମୁଖ୍ୟ ଡଃ ଲି ମେଙ୍ଗ ୟାନ୍ କହିଛନ୍ତି ଯେ, କରୋନା ଭୂତାଣୁ ଭୟାବହତ ସମ୍ପର୍କରେ ଚୀନ୍ ସମ୍ପୂର୍ଣ୍ଣ ଅବଗତ ଥିଲା । ସେହିପରି କରୋନା ଭୂତାଣୁର ବିସ୍ଫୋରକ ସ୍ଥିତି ସମ୍ପର୍କରେ ‘ହୁ’ (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ଜାଣିଥିଲେ ହେଁ ଚୀନ୍ ହଁ ରେ ହଁ ଭରିଥିଲା । ଡକ୍ଟର ଲି ମେଙ୍ଗ ୟାନ୍ କରୋନା ସମ୍ପର୍କିତ ଚୀନ୍ର ଷଡଯନ୍ତ୍ର ସମ୍ପର୍କରେ ଅନେକ ତଥ୍ୟ ଜାଣିଥିବାରୁ ସେଠାକାର କମ୍ୟୁନିଷ୍ଟ ସରକାର ତାଙ୍କୁ ହତ୍ୟା କରିବା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ କରିଦେଇଥିଲା । ତେବେ କୌଶଳକ୍ରମେ ଲି ମେଙ୍ଗ ୟାନ୍ ହଂକଂ ଛାଡି ଆମେରିକା ପଳାଇ ଯିବାରେ ସକ୍ଷମ ହୋଇଥିଲେ ।
ଆମେରିକାରେ ଫକ୍ସ ନ୍ୟୁଜ୍କୁ ସାକ୍ଷାତକାର ଦେଇ ଡକ୍ଟର ୟାନ୍ କହିଥିଲେ ଯେ, ଚୀନ୍ର ଏହି ଷଡଯନ୍ତ୍ରକୁ ପୂର୍ଣ୍ଣ ସମର୍ଥନ କରିଥିଲେ ‘ହୁ’ ଉପଦେଷ୍ଟା ପ୍ରଫେସର ମଲ୍ଲିକ । ସେହିପରି ‘ହୁ’ ମୁଖ୍ୟ ଡକ୍ଟର ଟେଡ୍ରୋସ ଆଡାନୋମ୍ ଗେବ୍ରେଏସସ୍ ମଧ୍ୟ ସମପରିମାଣରେ ଦାୟୀ । ସେହିପରି ୟାନ୍ ଆହୁରି କହିଥିଲେ ଯେ, ଉହାନରେ ଏହି ଭୂତାଣୁର ଭୟାବହତା ଜଣାପଡିବା ପରେ ଚୀନ୍ର କେତେକ ଗବେଷଣାଗାର ପରୀକ୍ଷା ନିରୀକ୍ଷା ଆରମ୍ଭ କଲେ । ତେବେ ବେଶ୍ ଷଡଯନ୍ତ୍ର ସହକାରେ ‘ହୁ’ପକ୍ଷରୁ ହିସେମ୍ବର ୩୧ରେ ବିବୃତ୍ତି ଦିଆଗଲା ଯେ, ଚୀନ୍ରେ ଦେଖାଦେଇଥିବା ଭୂତାଣୁ କିଛି ପରିମାଣରେ ଘାତକ ହେଉଛି ।
ମାତ୍ର ଏହି ଭୂତାଣୁ ମଣିଷ ଶରୀରରୁ ମଣିଷ ଶରୀରକୁ ସଂକ୍ରମଣ ହେଉଥିବାର କୌଣସି ପ୍ରମାଣ ନାହିଁ । ‘ହୁ’ର ଏଭଳି ବିବୃତ୍ତି ପରେ ବିଭିନ୍ନ ଗବେଷଣାଗାରରେ କାର୍ଯ୍ୟରତ ଡାକ୍ତର ଓ ବୈଜ୍ଞାନିକମାନେ ତାଙ୍କ ଗବେଷଣାରୁ କ୍ଷାନ୍ତ ରହିଥିଲେ । ସେହିପରି ୟାନ୍ ଆହୁରି କହିଥିଲେ ଯେ, ତାଙ୍କର ଜଣେ ବନ୍ଧୁ ଯେକି ଚୀନ୍ର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ଓ ଫ୍ରିଭେନ୍ସନ୍(ସିବିସି)ରେ କାର୍ଯ୍ୟ କରନ୍ତି ସେ ଏହି ଭୂତାଣୁ ସଂକ୍ରମଣ ଭୟାବହତା ସମ୍ପର୍କରେ ଡିସେମ୍ବର ମଧ୍ୟ ଭାଗରେ ହିଁ ସମ୍ପୂର୍ଣ୍ଣ ତଥ୍ୟ ଦେଇଥିଲେ । ମାତ୍ର ‘ହୁ’ ଓ ଚୀନ୍ର ମିଳିତଷଡଯନ୍ତ୍ରରେ ଏହି ତଥ୍ୟକୁ ଖଣ୍ଡନ କରାଯାଇଥିଲା । ମାତ୍ର ସିବିସିରେ କାର୍ଯ୍ୟରତ ଏହି ଡାକ୍ତରଙ୍କୁ ମଧ୍ୟ ନିଖୋଜ ହୋଇଯାଇଥିଲେ । ସେହିପରି ଜାନୁଆରୀ ୯ରେ ‘ହୁ’ ପକ୍ଷରୁ ବିଶ୍ୱ ସମୁଦାୟକୁ ଅନ୍ଧକାରରେ ରଖି ବିବୃତି ଦିଆଗଲା ଯେ, ଏହି ଭୂତାଣୁ ମଣିଷ ଶରୀରରୁ ମଣିଷ ଶରୀରକୁ ସଂକ୍ରମଣ ହେଉନାହିଁ ତେଣୁ ଏହା ଏତେ ଘାତକ ନୁହେଁ । ଅନ୍ୟପଟେ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍ ଓ ସେଠାକାର କମ୍ୟୁନିଷ୍ଟ ସରକାର କରୋନା ଭୂତାଣୁକୁ ଏକ ଜୈବିକ ଅସ୍ତ୍ର ରୂପେ
ବ୍ୟବହାର କରି ସମଗ୍ର ବିଶ୍ୱକୁ କବଳିତ କରିବା ସହ ଚୀନ୍ର ଏକଚାଟିଆ ନୀତିକୁ କାଏମ ରଖିବା ପାଇଁ ଷଡଯନ୍ତ୍ରର ଏକ ଅଂଶବିଶେଷ । ଆହୁରି ମଧ୍ୟ ଉହାନରେରେ ଦେଖା ଦେଇଥିବା ଏହି କରୋନା ଭୂତାଣୁ ବିଶ୍ୱର କୋଣ ଅନୁକୋଣକୁ ବ୍ୟାପିଥିବା ବେବେଳ ଚୀନ୍ର କୌଣସି ସହରକୁ କିପରି ନ ବ୍ୟାପିଲା ତାହା ସନ୍ଦେହ ଘେରରେ । ଅନ୍ୟପଟେ କୋଭିଡ୍-୧୯ ଷଡଯନ୍ତ୍ରରେ ଚୀନ୍ ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଭାଗିଦାରୀକୁ ଆମେରିକା ଖୋଲାଖୋଲି କହିବା ସହ ‘ହୁ’ରୁ ମଧ୍ୟ ଓହରି ଯାଇଛି । ଅପରପଟେ ‘ହୁ’ ମୁଖ୍ୟଟେଡ୍ରୋସ ଆଡାନୋମ୍ ଗେବ୍ରେଏସସ ନିଜର ପୂର୍ବ ବିବୃତ୍ତିକୁ ବଦଳାଇବା ସହ ସମ୍ମିଳିତ ଲଢ଼େଇ ଜରୁରୀ ବୋଲି ମତ ଦେଇଛନ୍ତି ।