![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/he.jpg?resize=388%2C291)
କଳିଙ୍ଗ ଜ୍ୟୋତି ବ୍ୟୁରୋ ପିଥୌରାଗଢ ୨୮/୦୬: ଉତ୍ତରାଖଣ୍ଡର ପିଥୌରାଗଢ ସ୍ଥିତ ମୁନସ୍ୟାରୀରେ ୬ ଦିନ ପୂର୍ବେ ଭାଙ୍ଗିଥିବା ବେଲି ବ୍ରିଜ ପୁନର୍ବାର ତିଆରି ହୋଇ ପ୍ରସ୍ତୁତ ହୋଇ ଯାଇଛି। ମୁନସ୍ୟାରିରୁ ମିଲନ ଯାଉଥିବା ରୁଟ୍ରେ ଧାପା ନିକଟରେ ସେନର ନଦୀ ଉପରେ ନିର୍ମିତ ବେଲି ବ୍ରିଜ୍ ଭାଙ୍ଗି ପଡିଥିଲା। ଏହି ସମୟରେ ସଡକ କାଟିବା ପାଇଁ ବଡ ଟ୍ରକରେ ପୋକଲାଣ୍ଡ ମେସିନ ନିଆଯାଉଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଥିଲେ।
ସୀମା ସଡକ ସଂଗଠନ(ବିଆରଓ) କଡା ପରିଶ୍ରମ କରି ମାତ୍ର ୬ ଦିନରେ ନୂତନ ବ୍ରିଜ୍ ନିର୍ମାଣ କରି ପ୍ରସ୍ତୁତ କରି ଦେଇଛନ୍ତି। ଏହାକୁ ନିର୍ମାଣ କରିବାରେ ବିଆରଓକୁ ଅନେକ ବିଷମ ଭୌଗୋଳିକ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା। ମାତ୍ର ବିଆରଓ ଦିନ-ରାତି ଏକ କରି ମାତ୍ର ୬ ଦିନର ରେକର୍ଡ ସମୟରେ ବିଜ୍ରକୁ ନିର୍ମାଣ କରି ପ୍ରସ୍ତୁତ କରିଛନ୍ତି।
ବେଲି ବ୍ରିଜ ପ୍ରସ୍ତୁତ ହେବାରୁ ସେନା ଏବଂ ଆଇଟିବିପିର ଯବାନଙ୍କୁ ଚୀନ ସୀମା ପର୍ଯ୍ୟନ୍ତ ପହଞ୍ଚିବାରେ ବହୁତ ସହାୟକ ହେବ। ସୈନ୍ୟ ସରଞ୍ଜାମ ମଧ୍ୟ ସହଜରେ ସୀମା ପର୍ଯ୍ୟନ୍ତ ପହଞ୍ଚାଯାଇ ପାରିବ। ବିଆରଓ ୧୨୦ ଫୁଟ୍ ବେଲି ବ୍ରିଜ୍ ନିର୍ମାଣ ପାଇଁ ୭୦ ଶ୍ରମିକଙ୍କ ସହିତ ଏକ ପୋକଲାଣ୍ଡ ମେସିନର ବ୍ୟବହାର କରିଥିଲା।
ମୁନସ୍ୟାରୀର ଧାପାରେ ନିର୍ମିତ ଏହି ବ୍ରିଜ୍ ସାମରିକ ରୂପେ ବହୁତ ଗୁରୁତ୍ଵପୂର୍ଣ୍ଣ ଏବଂ ସୀମାବର୍ତ୍ତୀ ଗାଁ ମିଲନକୁ ଉତ୍ତରାଖଣ୍ଡ ସହ ସଂଯୋଗ କରିଥାଏ। ମିଲନରୁ ଚୀନ ସୀମା ପର୍ଯ୍ୟନ୍ତ ସଂପ୍ରତି ୬୫ କିମି ଲମ୍ବା ରୋଡ୍ ତିଆରି କାମ ଦ୍ରୁତ ଗତିରେ ଚାଲିଛି। ଏହା ସହିତ ପାହାଡକୁ କାଟିବା ଏବଂ ଭଗ୍ନାବଶେଷକୁ ହଟାଇବା ପାଇଁ ବଡ ବଡ ମେସିନ ଏବଂ ନିର୍ମାଣ ସାମଗ୍ରୀ ମିଲନ ଅଣାଯାଉଛି। ବ୍ରିଜ୍ ଭାଙ୍ଗିବାରୁ ଚୀନ ସୀମାକୁ ସଂଯୋଗ କରୁଥିବା ସଡକର କାମ କିଛି ସମୟ ପ୍ରଭାବିତ ହୋଇଛି, ହେଲେ ବିଆରଓ ମାତ୍ର ୬ ଦିନରେ ଏହି ବ୍ରିଜ୍କୁ ନିର୍ମାଣ କରି ପ୍ରସ୍ତୁତ କରିବା ଭାରତୀୟ ସେନା ପାଇଁ ବଡ ଆଶ୍ଵସ୍ତିକର ବିଷୟ।