କଳିଙ୍ଗ ଜ୍ୟୋତି ସାଲେପୁର ୨୮/୦୬: ବିନୋଦ ମଣ୍ଡଳ ହତ୍ୟାକାଣ୍ଡ ଷଡଯନ୍ତ୍ରର ପୃଷ୍ଠା ପରେ ପୃଷ୍ଠା ଖୋଲୁଛି । ପ୍ରେମ ନିଶା ଏମିତି ଉତୁରିୁଲି ଯେ, ଜୀବନ ନେବାକୁ ବି ପଛାଇଲାନି । ପ୍ରଥମେ ଫେଲ୍ ମାରିଥିବା ପ୍ରେମିକ ।ଅଭିଯୁକ୍ତ ଶାରଦା କୁଣ୍ଡୁ ପୋଲିସ ଆଗରେ ନିଜର ଦୋଷ ମାନିଯାଇଛି । ଏବେ ଅଧିକ ପ୍ରମାଣ ଓ ତଥ୍ୟ ଲାଗି ଅଭିଯୁକ୍ତ ଶାରଦା କୁଣ୍ଡୁ ଓ ତାର ସହଯୋଗ ସିଲୁ ଦାସକୁ ଧରି ଆଜି ହତ୍ୟାକାଣ୍ଡ ସ୍ଥଳ ବାରଗୋଡିଆ ନଦୀପଠାକୁ ଯିବ । ଏହି ତଦନ୍ତ ସହିତ ଜଡିତ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୁତ୍ରରୁ ଜଣାପଡିଛି ଏହି ସୂଚନା ।
ପ୍ରେମ ପାଇଁ ହତ୍ୟାକାଣ୍ଡ । ପ୍ରେମିକା ବାହା ହୋଇ ଯିବା ପରେ ବି ବୁଝିନଥିଲା ପ୍ରେମିକର ମନ । ପୁଣି ବିବାହିତ ପ୍ରେମିକା ସହିତ ସମ୍ପର୍କ ଯୋଡିଥିଲା । ସେପଟେ ଆଉ ଜଣଙ୍କ ପାଇଁ ଶଙ୍ଖ ସିନ୍ଦୁର ପିନ୍ଧିଥିଲେ ମଧ୍ୟ ପୁରୁଣା ପ୍ରେମିକ ପାଖରେ ରହିଯାଇଥିଲା ମନ । ବାହାଘରର ବର୍ଷେ ପରେ ବି ପୁରୁଣା ସମ୍ପର୍କକୁ ଧରି ଦୁହେଁଆଉ ଥରେ ସଂସାର କରିବାକୁ ଯୋଜନା କରିଥିଲେ । ସ୍ୱାମୀ ଠାରୁ ଛାଡପତ୍ର ନେଇ ପ୍ରେମିକା ସହିତ ବିବାହ କରିବାର ଯୋଜନା ଥିଲା । କିନ୍ତୁ ଫେଲ୍ ମାରିଗଲା ପ୍ରେମିକର ପ୍ଲାନ୍ । ବର୍ଷେ ତଳେ ବାହା ହୋଇଥିବା ସ୍ତ୍ରୀକୁ ଛାଡିବାକୁ ରାଜି ହୋଇନଥିଲା ସ୍ୱାମୀ । ଛାଡପତ୍ର ଦେବାକୁ ରୋକ୍ଠୋକ୍ ମନା କରିଦେଇଥିଲା । ଆଉ ତା ବଦଳେ ହରାଇଦେଲା ଜୀବନ । ଏ ହେଉଛି କଟକ କିଶନନଗର ବିନୋଦ ମଣ୍ଡଳ ମର୍ଡର ମିଷ୍ଟ୍ରୀର ମୋଟାମୋଟି କାହାଣୀ