କଟକ କଳିଙ୍ଗ ଜ୍ୟୋତି ବ୍ୟୁରୋ ୨୧-୦୯-୨୦ : କଟକ ଜଗତପୁର ସଦଗୁରୁ କୋଭିଡ ହସ୍ପିଟାଲରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଆଇସିୟୁରେ ନିଆଁ ଲାଗିଥିବା ସୂଚନା ମିଳିଛି । ଖବାର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। କୋଭିଡ ହସ୍ପିଟଲା ହୋଇଥିବାରୁ ରୋଗୀମାନଙ୍କୁ ଉଦ୍ଧାର ବେଳେ ପିପିଇ କିଟ ପିନ୍ଧି ଉଦ୍ଧାର କାର୍ଯ୍ୟ ଚାଲିଛି। ଉକ୍ତ ମେଡିକାଲରୁ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି।ଘଟଣାସ୍ଥଳରେ ଅଗ୍ନିଶମ ବିଭାଗାର ବରିଷ୍ଠ ଅଧିକାରୀ ,କଟକ ଡିସିପି ଓ ଜିଲାପାଳ ଉପସ୍ଥିତ ଅଛନ୍ତି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି।